spot_img

Latest Posts

ହାଥରସ୍ ହତ୍ୟାକାରୀ ବିରୁଦ୍ଧରେ NSA ଲାଗୁ କରିବାକୁ ନିର୍ଦ୍ଦେଶ ଦେଲେ ସିଏମ୍ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସରେ ପୁଣି ଗର୍ଜିଛି ଗୁଳି। ଘଟିଛି ନିର୍ମମ ଏବଂ ଜଘନ୍ୟ ହତ୍ୟା କାଣ୍ଡ । ଝିଅକୁ ଅସଦାଚରଣ କରିଥିବା ଅଭୁଯୁକ୍ତ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା ଜଣେ ବାପାକୁ ପଡିଛି ମହଙ୍ଗା । ଏବଂ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତ ଅଭିଯୋଗକାରୀ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତେବେ ଘଟଣାରେ ଅଭିଯୁକ୍ତଙ୍କ ଉପରେ ଜାତୀୟ ସୁରକ୍ଷା ଆଇନ ବା NSA ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ସିଏମ୍ ଯୋଗୀ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ହାଥରସର ନୈଜାରପୁର ବାସୀନ୍ଦା ଅମରୀଶଙ୍କ ଝିଅକୁ ସେହି ଗାଣ ର କିଛି ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ । ଯାହାକୁ ନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ । ସେପଟେ ଏହି ଘଟଣାରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇଥିଲେ । ଅମରୀଶ ନିଜ ଚାଷ ଜମିରେ କାମ କରୁଥିବା ବେଳେ, ହତ୍ୟାକାରୀ ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ । ପରେ ଗୁରୁତ୍ତର ଅବସ୍ଥାରେ ଅମରୀଶଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା ।

ସେପଟେ ଅମରୀଶଙ୍କ ଝିଅ ମେଡିକାଲରେ ପହଁଚିଲା ବେଳକୁ ବାପାର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ଏବଂ ହସ୍ପିଟାଲରେ ହିଁ ହତ୍ୟା ପଛରେ ଥିବା କାରଣ ଜାଣିବାକୁ ମିଳିଥିଲା । ପୋଲିସ ମେଡିକାଲରେ ପହଁଚି ତଦନ୍ତ କରିବା ବେଳେ ଏହି ଘଟଣା ବିଷୟରେ କହିଥିଲେ ତାଙ୍କ ଝିଅ । ସେହି ଗାଁର ୪ ଜଣ ବାପାଙ୍କୁ ହତ୍ୟା କରିଥିବା ପୋଲିସକୁ କହିଛନ୍ତି ଅମରୀଶଙ୍କ ଝିଅ ।

Latest Posts

Don't Miss