ଉତ୍ତରାଖଣ୍ଡ ହିମସ୍ଖଳନ ପରେ ସୁଡ଼ଙ୍ଗରେ କେମିତି ଚାଲିଛି ଉଦ୍ଧାର କାର୍ଯ୍ୟ, ଦେଖନ୍ତୁ…

1 min read
Utarakhand Glacier Lake Outburst Rescue Operation Goes On Tunnels Near Tapovan

ହରିଦ୍ୱାର: ଚମୋଲିରେ ଋଷିଗଙ୍ଗାରେ ବନ୍ୟା ପରେ ଆସିଥିବା ବିପଦରୁ ଜୀବନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତପୋବନ ସ୍ଥିତ ହାଇଡ୍ରୋପାୱାର ପ୍ରୋଜେକ୍ଟରେ ଏବେବି ୪୦ରୁ ୫୦ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଭାରତୀୟ ସେନା ସହ ଆଇଟିବିପି, ଏନଡିଆରଏଫ୍, ଏସଡିଆରଏଫ ଓ ଉତ୍ତରାଖଣ୍ଡ ପୋଲିସ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିଛନ୍ତି ।

Utarakhand Glacier Lake Outburst Rescue Operation Goes On Tunnels Near Tapovan

ଏହି ସୁଡ଼ଙ୍ଗର ଲମ୍ବ ୫୦୦ ମିଟର ହୋଇଥିବା ବେଳେ ଏବେ ଯାଏ ୭୦ରୁ ୮୦ ମିଟର ସଫା କରାଯାଇଛି । ଜମିଥିବା ପଙ୍କ, କାଦୁଅ ଉଦ୍ଧାର କାର୍ଯ୍ୟରେ ବାଧା ପହଞ୍ଚାଇଛି । ଏବେ ଯାଏ ୨୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅଲଗା ଅଲଗା ସ୍ଥାନରୁ ୧୯ ଜଣଙ୍କ ମୃତଦେହ ମିଳିଛି । ୨୦୩ ଜଣ ନିଖୋଜ ଥିବା କୁହାଯାଉଛି ।

ତପୋବନ ହାଇଡ୍ରୋପାୱାର ପ୍ରୋଜେକ୍ଟରେ ନିର୍ମିତ ହୋଇଥିବା ସୁଡ଼ଙ୍ଗ ରାସ୍ତାକୁ ସଫା କରାଯାଉଛି । ସେନା, ଆଇଟିବିପି, ଏନଡିଆରଏଫ ଓ ଏସଡିଆରଏଫର ମିଳିତ ଟିମ୍ ସୁଡ଼ଙ୍ଗ ଭିତରକୁ ଯାଇଛନ୍ତି । ମିଳିତ ଟିମ୍ ସହ ଡଗ ସ୍କ୍ୱାଡ୍ ରହିଛି । ସୁଡ଼ଙ୍ଗରୁ ଶ୍ରମିକଙ୍କୁ ଖୋଜି ବାହାର କରିବା ସହ ଉଦ୍ଧାର ପାଇଁ ପ୍ରସ୍ତୁତି ଚାଲିଛି ।

Utarakhand Glacier Lake Outburst Rescue Operation Goes On Tunnels Near Tapovan

ବନ୍ୟା ପରେ ରୈନି ପୋଲ ଭାସିଯାଇଛି । ଫଳରେ ୯ଟି ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଆଇଟିବିପି ଯବାନ ହେଲିକପ୍ଟର ସାହାଯ୍ୟରେ ଉକ୍ତ ଗାଁରେ ଥିବା ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇଛନ୍ତି ।

Utarakhand Glacier Lake Outburst Rescue Operation Goes On Tunnels Near Tapovan

ଉତ୍ତରାଖଣ୍ଡ ପାୱାର ପ୍ରୋଜେକ୍ଟରେ କାର୍ଯ୍ୟରତ ୟୁପି ଲକ୍ଷ୍ମୀପୁର ଖିରିର ୩୦ ଜଣ ଶ୍ରମିକଙ୍କ ସନ୍ଧାନ ମିଳୁନାହିଁ । ଉତ୍ତରାଖଣ୍ଡ ପୋଲିସ ଅନୁସାରେ ଏବେ ଯାଏ ୧୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜେସିବି ସହାୟତାରେ ସୁଡ଼ଙ୍ଗ ଭିତରେ ରାସ୍ତା ଖୋଲିବା କାର୍ଯ୍ୟ ଚାଲିଛି ।

Utarakhand Glacier Lake Outburst Rescue Operation Goes On Tunnels Near Tapovan

ଭାରତୀୟ ସେନା ଓ ଇଞ୍ଜିନିୟରିଂ ଟାସ୍କ ଫୋର୍ସ ସହାୟତାରେ ସାରା ରାତି କାମ ଜାରି ରହିବା ପରେ ଟନେଲ ରାସ୍ତା ସଫା ହୋଇଛି । ଜେସିବି, ଜେନେରେଟର ଓ ଟର୍ଚ୍ଚ ଲାଇଟରେ ସାରା ରାତି ଅପରେସନ୍ ଜାରି ରହିଥିଲା । ସେନାର ଫିଲ୍ଡ ହସ୍ପିଟାଲ ଘଟଣାସ୍ଥଳରେ ହିଁ ଆହତଙ୍କ ଚିକିତ୍ସା କରୁଛି ।

Leave a Reply