ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପୁଣି ବିବାଦୀୟ ବୟାନ; ଅଧିକ ଛୁଆ ଜନ୍ମ କର, ଅଧିକ ରାସନ ମିଳିବ

ଡେରାଡୁନ: କିଛିଦିନ ତଳେ ଫଟା ଜିନ୍ସ ପିନ୍ଧିବାକୁ ନେଇ ଦେଇଥିଲେ ବିବାଦୀୟ ବୟାନ । ଆଉ ଏବେ ଶିଶୁ ଜନ୍ମ କରିବାକୁ ନେଇ ଦେଇଛନ୍ତି ମନ୍ତବ୍ୟ। ଦୁଇ ଶିଶୁ ଜନ୍ମକଲେ, କାହିଁକି ୨୦ ଶିଶୁ ଜନ୍ମ କରିଲେ ନାହିଁ ବୋଲି ସାଧାରଣ ଲୋକଙ୍କୁ ପ୍ରଶ୍ନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଅନ୍ତ୍ରରାଷ୍ଟ୍ରୀୟ ବଣିକ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ  ତିରଥ  ସିଂ ରାୱତ । ଲକଡ଼ାଉନ ଏବଂ ସଟଡାଉନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ରାସନ ସାମଗ୍ରୀକୁ ନେଇ ମତ ମନ୍ତବ୍ୟ ଦେଇଥିଲେ ତ୍ରିରଥ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ବଣ୍ଟା ଲଯାଇଥିବା ରାସନକୁ ନେଇ କିଛି ଲୋକ ଅସନ୍ତୁଷ୍ଟ ଅଛନ୍ତି । ଯାହାର ଦୁଇ ଛୁଆ ସେ ୧୦ କିଲୋ ରାସନ ପାଇଛନ୍ତି, ଯାହାର ୨୦ ଛୁଆଁ ସେ ଅଧିକ ପାଇବା ନିଶ୍ଚିତ । ସେ ଯଦି ୨୦ ଶିଶୁ ଜନ୍ମ କରିପାରିଲେ, ତୁମେ କଣ ପାଇଁ କଲନି । ୨୦ ଶିଶୁ ଜନ୍ମ କରିଥିଲେ ଅଧିକ ରାସନ ସୁନିଶ୍ଚିତ ମିଳି ଥାଆନ୍ତା ବୋଲି କହିଛନ୍ତି  ତିରଥ ସିଂ ରାୱତ ।

ତେଣୁ ଏଥିରେ କେନ୍ଦ୍ର ସରକାର ଉପରେ ରାଗିବାରେ କଣ ଅଛି । ଭାଇ ଏଠି ଦୋଶ କାହାର ? ସେ ୨୦ ଶିଶୁ ଜନ୍ମ କଲେ କ୍ବିଣ୍ଟାଲ ରାସନ ପାଇଲେ, ତୁମେ ଦୁଇ ଶିଶୁ ଜନ୍ମକଲ ୧୦ କିଲୋ ରାସନ ପାଇଲ । ତୁମେ କାହିଁକି ୨୦ ଶିଶୁ ଜନ୍ମ କଲ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ତ୍ରିରଥ । ସେପଟେ ନିଜ ପ୍ରତିକ୍ରିୟାରେ କୌଣସି ନିର୍ଦ୍ଧିଷ୍ଟ ଜାତି କିମ୍ବା ଧର୍ମ ବିଷୟରେ ଉଲ୍ଲେଖ କରି ନାହାଁନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ସେପଟେ ଭୁଲ ତଥ୍ୟ ଦେଇ ମଧ୍ୟ ବିବାଦକୁ ଆସିଛନ୍ତି  ତିରଥ ସିଂ ରାୱତ । ସେ କହିଛନ୍ତି ଭାରତକୁ ୨୦୦ ବର୍ଷଧରି ଶାସନ କରିଛି ଆମେରିକା । ସମଗ୍ର ବିଶ୍ବରେ ରାଜ କରୁଥିବା ଆମେରିକା ନିକଟରେ ଆମେ ଗୁଲାମ ଥିଲେ । କିନ୍ତୁ ଆଜି କୋଭିଡ ସମୟରେ ଆମେରିକା ଠାରୁ ଭଲ ସ୍ଥିତିରେ ଆମେ ଅଛୁ ବୋଲି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

Leave a Reply