ୟୁପିରେ ଲକଡାଉନ୍ ଉଲ୍ଲଙ୍ଘନକାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ହୋମ ଡେଲିଭରି ହେବ FIR

1 min read

ଉତ୍ତରପ୍ରଦେଶ: ମହାମାରୀର ରୂପ ନେଇଥିବା କରୋନା ଭାଇରସ ଜନିତ ରୋଗ ହେତୁ ଦେଶରେ ଲକଡାଉନ୍ ବଳବତ୍ତର ରହିଛି। ଲଗାତାର ଲକଡାଉନ୍ ଉଲ୍ଲଂଘନ ହେବାର ଖବର ମଧ୍ୟ ଅଛି | ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଏହି ଲକଡାଉନକୁ କଡାକଡି ପାଳନ କରିବାକୁ କହିଥିଲେ। ବର୍ତ୍ତମାନ ସରକାରମାନେ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଦେଲେନି। ଉତ୍ତରପ୍ରଦେଶର ପୋଲିସ ଲକଡାଉନ କରିବା ପାଇଁ ଏକ ନିଆରା ପଦ୍ଧତି ଆପଣାଇଛି।

ଅନାବଶ୍ୟକ ଭାବରେ ରାସ୍ତାରେ ବୁଲାବୁଲି କରୁଥିବା ଲୋକଙ୍କ ବିରୋଧରେ ମୁଜାଫରନଗର ପୋଲିସ ଅଭିଯାନ ଆରମ୍ଭ କରିଛି। ମୁଜାଫରନଗର ବରିଷ୍ଠ ପୋଲିସ ଅଧୀକ୍ଷକ ଅଭିଷେକ ଯାଦବ ଭିଡିଓ ମାଧ୍ୟମରେ ଏପରି କିଛି ଲୋକଙ୍କ ନାଁରେ ଲଟେରୀ ବାହାର କରିଛନ୍ତି। ଲଟେରୀ ଆଧାରରେ, ଏକ FIR ପଞ୍ଜିକରଣ କରି ଏହାର ଏକ କପି ସଂପୃକ୍ତ ବ୍ୟକ୍ତିଙ୍କ ଘରକୁ ପଠାଉଛନ୍ତି | ଲଟେରୀରେ ପ୍ରଥମ ନାମ ଉମରଦରାଜଙ୍କ ପୁଅ ଶାଦାବଙ୍କ ନା ବାହାରିଥିଲା।

ପୋଲିସର ସୂଚନାନୁସାରେ, FIR କପି ଘରକୁ ପଠାଇବା ପରେ ମଧ୍ୟ ଯଦି ସେହି ବ୍ୟକ୍ତି ବୁଲାବୁଲି କରୁଥିବା ଦେଖାଯାଏ, ତେବେ ତାଙ୍କୁ ଗିରଫ କରାଯିବ। ଉଲ୍ଲେଖନୀୟ କଥା ହେଉଛି, ଏସଏସପି ଅଭିଷେକ ଯାଦବ ଶୁକ୍ରବାର ସେହି ଅଞ୍ଚଳ ପରିଦର୍ଶନ କରିଥିଲେ ଯେଉଁଠାରେ ଲୋକମାନେ ଲକଡାଉନ୍ ପାଳନ କରୁନଥିଲେ । ଏସଏସପି ଗାଡ଼ିରେ ବୁଲାବୁଲି କରି ଲାଉଡ ସ୍ପିକରରେ ଘୋଷଣା କରିଛନ୍ତି ଯେ ଯେଉଁମାନେ ଘର ବାହାରେ ବୁଲିବେ ସେମାନଙ୍କର ଭିଡିଓ ପ୍ରସ୍ତୁତ କରି ତାଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ କହିଛନ୍ତି ଯେ ଭିଡିଓ ଆଧାରରେ ଏଫ୍ଆଇଆର୍ ପଞ୍ଜୀକୃତ କରାଯାଇ ତାକୁ ସଂପୃକ୍ତ ଙ୍କ ଘରକୁ ପଠାଯିବ। ଏହାକୁ ପାଳନ କରି ପୋଲିସ ଏକ ଲଟେରୀ ବାହାର କରି ଭିଡିଓ ଆଧାରରେ ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା। ଜଣାଇ ରଖୁଛୁ ଯେ ଅନେକ କ୍ଷେତ୍ରରେ ଲୋକମାନେ ଲକଡାଉନ୍ କୁ ଅନୁସରଣ କରୁନାହାଁନ୍ତି | ଲୋକମାନେ ପୋଲିସକୁ ଦେଖିବା ମାତ୍ରେ ନିଜ ଘରକୁ ଯାଆନ୍ତି, କିନ୍ତୁ ପୋଲିସ ଯିବା ମାତ୍ରେ ରାସ୍ତାରେ, ଛକ ନିକଟରେ ଲୋକଙ୍କ ଭିଡ଼ ଦେଖାଯିବାକୁ ମିଳିଥାଏ।

ସୂଚନା ଅନୁଯାୟୀ, ଗୋଟେ ଦିନ ପୂର୍ବରୁ ମୁଜାଫରନଗରରେ ପୋଲିସ ଉପରକୁ ପଥର ଫିଙ୍ଗିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ​​| ଲକଡାଉନ୍ କୁ ଠିକ୍ ଭାବରେ ପାଳନ କରିବା ପାଇଁ ପୋଲିସ ଆସିଥିବା ବେଳେ ତାଙ୍କ ଉପରକୁ କିଛି ଦୁର୍ବୃତ ପଥର ଫିଙ୍ଗିଥିଲେ।

Leave a Reply