ସେପ୍ଟେମ୍ବର ସୁଦ୍ଧା ୧୨ରୁ ୧୮ ବର୍ଷ ଶିଶୁଙ୍କୁ ମିଳିପାରେ ଟିକା

Vaccination of children with Zydus vaccine will begin by September Expert Panel Chief

ନୂଆଦିଲ୍ଲୀ: ସେପ୍ଟେମ୍ବର ସୁଦ୍ଧା ୧୨ରୁ ୧୮ ବର୍ଷ ଶିଶୁଙ୍କୁ ମିଳିପାରେ ଟିକା । ଜାଇଡସ୍ କାଡିଲା ଭ୍ୟାକ୍ସିନ୍ ପିଲାଙ୍କୁ ଦିଆଯାଇପାରେ ବୋଲି ସୂଚନା ମିଳିଛି । ଟିକାକରଣ ବିଶେଷଜ୍ଞ କମିଟିର ମୁଖ୍ୟ ଡକ୍ଟର ଏନକେ ଆରୋରାଙ୍କ ପକ୍ଷରୁ ଏନେଇ ସଙ୍କେତ ମିଳିଛି । ଏହି ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ପାଞ୍ଚରୁ ଛଅ ସପ୍ତାହ ଭିତରେ ଅନୁମତି ମିଳିପାରେ ବୋଲି ସେ କହିଛନ୍ତି । ସେପଟେ ଶିଶୁଙ୍କ ପାଇଁ ଭାରତ ବୟୋଟେକର ଭ୍ୟାକ୍ସିନ୍ କୋଭାକ୍ସିନ୍ ମଧ୍ୟ ଆଉ କିଛି ଦିନ ମଧ୍ୟରେ ବଜାରକୁ ଆସିପାରେ ।

Vaccination of children with Zydus vaccine will begin by September Expert Panel Chief

ଶିଶୁଙ୍କୁ ଦିଆଯିବାକୁ ଥିବା କୋଭାକ୍ସିନର ତୃତୀୟ ଟ୍ରାଏଲ ଆରମ୍ଭ ହୋଇ ସାରିଛି । ଏହି ଟ୍ରାଏଲ ସେପ୍ଟେମ୍ବର ତୃତୀୟ ସପ୍ତାହ ଭିତରେ ଶେଷ ହୋଇପାରେ ବୋଲି ସୂଚନା ରହିଛି । କରୋନାର ତୃତୀୟ ଲହର ଶିଶୁଙ୍କ ଉପରେ ଅଧିକ ପ୍ରଭାବଶାଳୀ ହେବା ନେଇ ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏଭଳି ସଂକଟ ସମୟରେ ଏହି ଖବର ସମସ୍ତଙ୍କୁ ଆଶ୍ୱସ୍ତି ଆଣିଛି ।

Leave a Reply