୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଶ୍ବ ରେକର୍ଡ ! ମାତ୍ର ୩୫ ବଲରେ ଶତକ ହାସଲ
1 min read
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲର ଚଳିତ ସିଜିନରେ ଦେଖିବାକୁ ମିଳିଲା ଜଲଓ୍ବା । ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ବ୍ୟାଟିଂ ଦେଖିଲେ କ୍ରୀଡ଼ାପ୍ରେମୀ । ମାତ୍ର ୩୫ ବଲରେ ଶତକ କରିଛନ୍ତି ବୈଭବ । ଯେଉଁଥିରେ ସାମିଲ ଥିଲା ୧୧ ଛକା ଓ ୭ଟି ଚୌକା । ଆଇପିଏଲ ଇତିହାସରେ କ୍ରିସ ଗେଲଙ୍କ ପରେ ସବୁଠୁ କମ ବଲରେ ଶତକ କରିଛନ୍ତି ବୈଭବ । ୨୦୧୩ରେ କ୍ରିସ ଗେଲ ୩୦ ବଲରେ ଶତକ ହାସଲ କରିଥିଲେ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ରାଜସ୍ଥାନ ପକ୍ଷରୁ ଖେଳୁଥିବା ବୈଭବ ୩୫ଟି ବଲରେ ଶତକ ହାସଲ କରିଥିଲେ । ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଗୁଜରାଟକୁ ୮ ଓ୍ବିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୪ ଓ୍ବିକେଟ ହରାଇ ୨୦୯ ରନ କରିଥିଲା । ଜବାବରେ ରାଜସ୍ଥାନ ୧୫ ଓଭର ୫ଟି ବଲରେ ୨ ଓ୍ବିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା । ଦଳ ପକ୍ଷରୁ ବୈଭବ ୧୦୧ ରନ କରିଥିବା ବେଳେ, ଜୟସ୍ବାଲ ୭୦ ରନ କରିଥିଲେ ।
ଯେଉଁ ବୟସରେ ପିଲାମାନେ ପାଠ ପଢି କ୍ୟାରିଅର କରିବାରେ ବ୍ୟସ୍ତ ରହିଥାନ୍ତି ସେହି ବୟସରେ ବୈଭବ କ୍ରିକେଟରେ ଉଜ୍ଜଳମୟ ତାରକା ଭାବେ ଉଭା ହୋଇଛନ୍ତି ବୈଭବ। ଟି-ଟ୍ଵେଣ୍ଟି କ୍ରିକେଟ ଲିଗରେ ସର୍ବକନିଷ୍ଠ ଖେଳାଳି ଭାବେ ଦ୍ରୁତତମ ଶତକ ହାସଲ କରି ରାତାରାତି ଚର୍ଚ୍ଚାକୁ ଆସିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ତାଙ୍କର ବୟସ ମାତ୍ର ୧୪ ବର୍ଷ । ଗତକାଲି ତାଙ୍କର ତୃତୀୟ ମ୍ୟାଚରେ ସେ ଦ୍ରୁତତମ ଶତକ ହାସଲ କରିଥିଲେ। ଦ୍ଵିତୀୟ ସ୍ଥାନରେ ଗୁଜରାଟ ଟାଇଟନ୍ସକୁ ତୃତୀୟ ସ୍ଥାନକୁ ଖସାଇ ଦେଇଛନ୍ତି । ରାଜସ୍ଥାନ ପାଇଁ ଖେଳୁଥିବା ବୈଭର ଇନିଂସ ଓପନିଂ କରିଥିଲେ । ୧୭ ବଲରୁ ଅର୍ଦ୍ଧଶତକ ଏବଂ ୩୫ ବଲରୁ ଶତକ ହାସଲ କରିଥିଲେ । ବୈଭବଙ୍କ ଆଦ୍ୟଗୁରୁ ତାଙ୍କ ବାପା। ବିହାର ସମସ୍ତିପୁର ଜିଲ୍ଲା ତାଜପୁୁରରେ ତାଙ୍କର ଜନ୍ମ । ମାତ୍ର ୯ ବର୍ଷ ବୟସରେ ସେ କ୍ରିକେଟ ଏକାଡେମୀରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ତାଙ୍କ ବାପା ହିଁ ବୈଭବକୁ କ୍ରିକେଟ ଶିକ୍ଷା ଦେଇଥିଲେ ।