spot_img

Latest Posts

ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ମହିଳା ସ୍ୱାସ୍ଥ୍ୟ ଶିବିର ଆୟାେଜିତ

ଭୁବନେଶ୍ୱର: ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶିନୀଙ୍କ ସମାଜ କଲ୍ୟାଣ ଅନୁଷ୍ଠାନ ‘ସମ୍ମାନୀତା’ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର କାଇମାଟିଆ ଗ୍ରାମରେ ଏକ ମହିଳା ସ୍ୱାସ୍ଥ୍ୟ ଶିବିର ଆୟାେଜିତ କରାଯାଇଛି। ଏଥିରେ ଗ୍ରାମର ଶତାଧିକ ମହିଳା ଯାେଗ ଦେଇଥିଲେ।

ବର୍ଷାଙ୍କ ବ୍ୟତୀତ ଡ଼ଃ. ଅଳକା ରଥ (ଏମବିବିଏସ୍,ଅନର୍ସ) ଏବଂ ଡ଼ଃ. ପ୍ରଶାନ୍ତ କୁମାର ପରିଡା (ଏମଡି ମେଡିସିନ, ଡିଏମ ଗ୍ୟାଷ୍ଟ୍ରୋ) ଏହି ସ୍ୱାସ୍ଥ୍ୟ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଏହି ସମୟରେ ଲୗେହ ଅଭାବ, ଗର୍ଭଧାରଣ ସମ୍ବନ୍ଧୀୟ ରୋଗ, ସ୍ତ୍ରୀ ରୋଗ ସମ୍ବନ୍ଧୀୟ ସମସ୍ୟା ଆଦିକୁ ଏଡାଇବା ଏବଂ ଉପଶମ କରିବାକୁ ପ୍ରତିଷେଧକ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ ।

 

ଏଥିସହିତ ଡାକ୍ତର ସ୍ୱାସ୍ଥ୍ୟ ଶିବିରରେ ବହୁ ସଂଖ୍ୟାରେ ଯାେଗ ଦେଇଥିବା ସମସ୍ତ ମହିଳା ରାେଗୀଙ୍କୁ ଚିକିତ୍ସିତ କରିଥିଲେ। ‘ସମ୍ମାନୀତା’ ତରଫରୁ ଗ୍ରାମର ଦୁଇଜଣ ଅଭାବୀ ମହିଳାଙ୍କୁ ଆର୍ଥୀକ କ୍ଷେତ୍ରରେ ସଶକ୍ତ କରିବା ପାଇ ବର୍ଷା ସିଲେଇ ମେସିନ୍ ଦାନ କରିଥିଲେ । ସେମାନଙ୍କ ନାମ କବିତା ପରିଡା ଓ ବୈଜୟନ୍ତୀ ବିଶ୍ୱାଳ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜନ୍ମରୁ ଅନ୍ଧ ହୋଇଥିଲେ ମଧ୍ୟ ଘରର ଏକମାତ୍ରା ଅନ୍ନଦାତା ସାଜିଛନ୍ତି ।

 

ଏହିପରି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ବର୍ଷା ମହିଳାଙ୍କ ଏପରି କିଛି ସ୍ୱାସ୍ଥ୍ୟ ସମସ୍ୟାକୁ ଉଜାଗର କରିବାକୁ ପ୍ରଚେଷ୍ଟା କରିଛନ୍ତି, ଯାହାକି ଅନେକ ସମୟରେ ଚିହ୍ନିବା ଏବଂ ଚିକିତ୍ସା କରିବା ସହଜ ହାେଇଥିଲେ ମଧ୍ୟ ଏଗୁଡିକୁ ଅଣଦେଖା କରାଯାଇଥାଏ ।

Latest Posts

Don't Miss