ନାମ ନନେଇ ବାଂଲାଦେଶକୁ ଚେତାବନୀ ଦେଲେ ବରୁଣ ଧୱନ
ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ହିଂସାକୁ ନେଇ ପ୍ରତିଟି ଭାରତୀୟଙ୍କ ମନରେ ଅସନ୍ତୋଷର ନିଆଁ ଜଳୁଛି । ଯିଏ ଯେମିତି ପାରୁଛି ବିରୋଧ କରୁଛନ୍ତି । ଏପରିକି ଆଇପିଏଲରେ କେକେଆରରେ ଜଣଷ ବାଂଲାଦେଶୀ ଖେଳାଳିଙ୍କୁ ନିଲାମୀରେ କିଣାଯିବାକୁ ନେଇ ନେତାମାନେ ଶାହରୁଖ ଖାନଙ୍କୁ ଦେଶଦ୍ରୋହୀ କହିବାକୁ ପଛାଇ ନାହାନ୍ତି । ଆଉ ବାଂଲାଦେଶ ସ୍ଥିତିକୁ ନେଇ ବଲିଉଡ଼ ଷ୍ଟାର ବରୁଣ ଧଓ୍ବନ ମଧ୍ୟ ନିଜ ପ୍ରତିକ୍ରିୟା ରହିଛନ୍ତି । ସେ ବର୍ଡର-୨ର ଗୀତ ‘ଘର କବ୍ ଆଓଗୀ’ର ଲଞ୍ଚିଂ ପରେ ଜୟସଲମେରରେ ପଡ଼ୋଶୀ ବାଂଲାଦେଶକୁ ନେଇ କହିଥିବା କଥା ଭାଇରାଲ ହେବାରେ ଲାଗିଛି ।
ପିଲାଦିନୁ ଯବାନ ଚରିତ୍ରରେ ଅଭିନୟ କରିବାକୁ ଇଚ୍ଛା ଥିଲା
ବାଂଲାଦେଶର ନାଁ ନନେଇ ବରୁଣ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ମୁଁ କହିବାକୁ ଚାହୁଁଛି, ଯେମିତି ସନ୍ନି ସାର କହିଲେ ପିଲାଦିନେ ହକିକତ ଦେଖିଥିଲେ । ସେବେଠାରୁ ତାଙ୍କର ଆଶା ଥିଲା ଯବାନଙ୍କୁ ନେଇ ନିର୍ମିତ ଫିଲ୍ମ କରିବାକୁ । ପିଲାଦିନେ ମୁଁ ବର୍ଡର ଫିଲ୍ମ ଦେଖିବା ପରେ ମନରେ ଇଚ୍ଛା ଥିଲା କେବେ ନା କେବେ ଜଣେ ଆର୍ମୀ ଅଫିସର ଚରିତ୍ରରେ ଅଭିନୟ କରିବି । କେବଳ ସନ୍ନି ସାରଙ୍କ ପାଇଁ ଏମିତି ଉତ୍ସାହ ଓ ସାହସ ଦେଖି ପୂରା ଦେଶ ଜାଣିଥିଲା ଆମ ଦେଶ କେତେ ଶକ୍ତିଶାଳୀ । ମୁଁ କେବେ ଭାବି ନଥିଲି ଏହି ଗୀତର ଏକ ଅଂଶ ହେବି ବୋଲି ।
ଆଖି ପକାଇଲେ ଜବାବ ମିଳିବ
ମଞ୍ଚ ଉପରେ ଛିଡ଼ା ହୋଇ ଦେଖିବାକୁ ପାଉଛି ସବୁଠି ଅପରେସନ ସିନ୍ଦୂରର ଫଟୋ ଲାଗିଛି । ସେମିତିରେ ଆମ ଦେଶ ଶାକ୍ତି ଓ ପ୍ରେମ ବାଣ୍ଟୁଥିବା ଦେଶ । ହେଲେ କେବେ କେବେ ବର୍ଡର ପରି ଫିଲ୍ମ ଆସିବା ଆବଶ୍ୟକ ହୋଇଯାଇଥାଏ । ଯାହାଦ୍ବାରା ଆମେ ଆମ ଯୁବବର୍ଗଙ୍କୁ ଦେଖାଇ ପାରିବା କି ଆମ ଦେଶ ପାଖରେ ସେ କ୍ଷମତା, ସେ ଉତ୍ସାହ ଓ ସେ ଶକ୍ତି ରହିଛି । ଯେତେବେଳେ କେହି ଆମ ମାଟି ଉପରେ ଆଖି ପକାଇବ ଆମେ ତାଙ୍କୁ ମୁହଁତୋଡ଼ ଜବାବ ଦେଇଥାଉ ।
ବର୍ଡର ଭଳି ଫିଲ୍ମ ଆସିବା ଦରକାର
ସେ କହିଛନ୍ତି, ବର୍ଡର ପରି ଫିଲ୍ମ ନିର୍ମାଣର ଆବଶ୍ୟକତା ରହିଛି । ଯଦି ୧୯୭୧ରେ ଆମେ ଗୋଟିଏ ଦେଶକୁ ସ୍ବାଦୀନ କରିପାରିବା ତେବେ ଆମେ ଆମ ସ୍ବାଧୀନତା ପାଇଁ ଲଢ଼େଇ ବି କରିପାରିବୁ । ସୂଚନାଯୋଗ୍ୟ, ଆସନ୍ତା ୨୩ ତାରିଖରେ ପରଦାକୁ ଆସିବ ବର୍ଡର-୨ । ୧୯୯୭ରେ ଏହାର ପ୍ରଥମ ପାର୍ଟ ଆସିଥିଲା । ଯାହାକୁ ଜେପି ଦତ୍ତା ବନାଇଥିଲେ । ଏଥର ଫିଲ୍ମରେ ଚରିତ୍ରଠାରୁ ଆରମ୍ଭ କରି କାହାଣୀ ପର୍ଯ୍ୟନ୍ତ ସବୁକିଛି ଭିନ୍ନ ରହିଛି ।

