୫୦ରୁ ଅଧିକ ଗାଁରେ ପହଞ୍ଚିଲା ବେଦାନ୍ତ ଆଲୁମିନିୟମର ମୋବାଇଲ ସ୍ବାସ୍ଥ୍ୟସେବା

ଭୁବନେଶ୍ବର: ଗାଁରେ ପହଞ୍ଚୁଛି ବେଦାନ୍ତ ଆଲୁମିନିୟମର ମୋବାଇଲ ସ୍ବାସ୍ଥ୍ୟସେବା । ଓଡ଼ିଶାର ୫୨ ଗାଁର ୩୫ ହଜାରରୁ ଅଧିକ ଲୋକ ଏହାଦ୍ବାରା ଉପକୃତ ହେଉଛନ୍ତି । ରାୟଗଡା,  କଳାହାଣ୍ଡି, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ଏହି କମ୍ପାନୀ ଗତ ଦୁଇବର୍ଷ ମଧ୍ୟରେ ୨ ହଜାରରୁ ଅଧିକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛି । ଯାହା ଅନୁନ୍ନତ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ପୂରଣ କରୁଛି ।

ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରିବାକୁ ଉଦ୍ଦେଶ୍ୟରେ ବେଦାନ୍ତ ପକ୍ଷରୁ ଏହି ମୋବାଇଲ ସ୍ବାସ୍ଥ୍ୟସେବା ମାଧ୍ୟମରେ ବିଭିନ୍ନ ପ୍ରକାରର ମାଗଣା ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ଡାକ୍ତରୀ ଯାଞ୍ଚ, ମ୍ୟାଲେରିଆ ସ୍କ୍ରିନିଂ, ରକ୍ତ ଶର୍କରା ପରୀକ୍ଷା ଓ ଅତ୍ୟାବଶ୍ୟକ ଔଷଧ ବଣ୍ଟନ ରହିଛି । ପ୍ରତ୍ୟେକ ୟୁନିଟରେ ସମ୍ପୂର୍ଣ୍ଣ ଭାବରେ ଡାଇଗ୍ନୋଷ୍ଟିକ କିଟ୍ ଓ ଔଷଧ ଉପଲବ୍ଧ ହୋଇଥାଏ ।

କଳାହାଣ୍ଡିର ଥୁଆମୂଳ ରାମପୁର ବ୍ଲକରେ, ଏହି ପଦକ୍ଷେପ ୨୧ଟି ଗାଁରେ ପହଂଚି ଥିବା ବେଳେ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ୧୪ଟି, ସୁନ୍ଦରଗଡ ଜିଲ୍ଲାର ହେମଗିର ବ୍ଲକରେ ୧୧ଟି ଓ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକରେ ୬ଟି ଗାଁରେ ପହଂଚି ପାରିଛି । ସ୍ୱାସ୍ଥ୍ୟ ଶିବିର ଗୁଡ଼ିକ ସାଧାରଣତଃ ଉଚ୍ଚ ରକ୍ତଚାପ, ଗ୍ୟାସ ସମସ୍ୟା, ଫଙ୍ଗଲ୍ସ,  ରକ୍ତହୀନତା, ସାଧାରଣ ଥଣ୍ଡା, ଗଣ୍ଠି ଯନ୍ତ୍ରଣା, ଶ୍ୱାସକ୍ରିୟା ସଂକ୍ରମଣ, ମଧୁମେହ ଓ ଚର୍ମ ରୋଗର ଚିକିତ୍ସା କରାଯାଇଥାଏ । ଏହାସହ ଋତୁସ୍ରାବ ପରିଚ୍ଛନ୍ନତା, ସ୍ତନ୍ୟପାନ, ତମାଖୁ ବର୍ଜନ, କୁର୍ମୀନାଶକ, ଦୀର୍ଘକାଳୀନ ଓ ଋତୁକାଳୀନ ରୋଗ ନିବାରଣ ସମସ୍ୟାର ସମାଧାନ କରାଯାଇଥାଏ ।