ଆଉ ନାହାନ୍ତି ଭେଟେରାନ ଅଭିନେତ୍ରୀ ସୁଲୋଚନା

ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ଭେଟେରାନ ଅଭିନେତ୍ରୀ ସୁଲୋଚନା ଲାଟକର । ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା ।

ସୁଲୋଚନାଙ୍କ ଦେହାନ୍ତ ଖବର ତାଙ୍କ ଝିଅ କାଞ୍ଚନ ଦେଇଛନ୍ତି । ସେ କହିଛନ୍ତି, ସୁଲୋଚନାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ନିଶ୍ବାସ ନେବାରେ କଷ୍ଟ ହେଉଥିଲା । ଅଧିକ ବୟସ ହେବାରୁ ସେ ଗତ ଶନିବାର ଗୁରୁତର ହୋଇପଡ଼ିଥିଲେ । ଏହା ପରେ ତାଙ୍କୁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଭେଣ୍ଟିଲେଟରରେ ରହିଥିଲେ । ସେ ହସ୍ପିଟାଲରେ ଜୀବନ ହାରିଥିବା ଝିଅ କହିଛନ୍ତି ।

ସୁଲୋଚନା ହିନ୍ଦୀ ଏବଂ ମରାଠୀର ୩ଶହରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ଅଧିକାଂଶ ଫିଲ୍ମରେ ସେ ମା’ ଭୂମିକାରେ ଅଭିନୟ କରିଥିଲେ । ଏଥିପାଇଁ ତାଙ୍କୁ ବଲିଉଡର ମା’ ବୋଲି ବି ସମ୍ବୋଧନ କରାଯାଏ । ହୃଦୟ ଛୁଆଁ ଅଭିନୟ ପାଇଁ ତାଙ୍କୁ ୧୯୯୯ରେ ପଦ୍ମଶ୍ରୀ ଏବଂ ୨୦୦୯ରେ ମହାରାଷ୍ଟ୍ର ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।