IICଙ୍କ ଭିଡିଓ ହେଲା ଭାଇରାଲ, କ’ଣ ଥିଲା ଭିଡିଓରେ ଦେଖନ୍ତୁ !

1 min read

ବାରିପଦା: ବଟି ନେଇ ଆଇଆଇସିଙ୍କ ସହ ଚାଲିଛି ଡିଲ୍  । ରାତାରାତି ପଥର ଏବଂ ମୋରମ ଚାଲାଣ କରିବାକୁ ହେଉଛି ଡିଲ୍ । ହଜାରେ ନୁହେଁ କି ୫ ହଜାର ନୁହେଁ , ୨୦ ହଜାର ଟଙ୍କାର ବଟି ପାଇଁ ହେଉଛି ମୁଲଚାଲ । ଏବେ ୧୦ ହଜାର ରଖିଥାନ୍ତୁ ବାକିଆ ପରେ ଦେବି…, ଆପଣ ଚାହିଁଲେ ବେପାର କରିବି। ଦେଖିକି ସେଟିଂ କରିଦିଅନ୍ତୁ ଆଜ୍ଞା…

ଆପଣ ଯାହା କହିବେ ଆପଣଙ୍କ ପାଖରେ ସେତିକି ଟଙ୍କା ପହଞ୍ଚି ଯିବ… ।

https://www.facebook.com/nandighoshatv/videos/594816604594326/?eid=ARAorCqSkiNB7NMrbgcBnkngHY4pMiJISMvjQSH0zh4hyy34GqJyi9heWiA1GPtTaWVg67r1kU1yBxJN

ଏହା ଆମେ କହୁନୁ, ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ଭାଇରାଲ ଭିଡ଼ିଓ ଏକଥା କହୁଛି । ଏ ଭାଇରାଲ ଭିଡିଓ ହେଉଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନାର ।  ଭିଡିଓ ଯେଉଁ ସୂଚନା ଦେଉଛି, ସେହି ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନାର ଜଣେ ପଥର ଖାଦାନ ମାଲିକ ଆଇଆଇସି ବିଶ୍ବଜା କୁମାର ରାଉତରାୟଙ୍କ ସହ ମାସିକିଆ ବଟି ଟଙ୍କା ଦେବା ନେଇ ସିଧା କଥା ହେଉଛନ୍ତି । କଥାବାର୍ତ୍ତାରୁ ଯାହା ଜଣାପଡ଼ୁଛି,  ଭିଡିଓଟି ଦୁର୍ଗା ପୂଜା ସମୟର ।

ଆଇଆଇସି ଜଣକ ଆଗକୁ ଦୁର୍ଗା ପୁଜା ଅଛି ଏବଂ କଣ କହିବି ତମକୁ ବୋଲି ପଥର ମାଫିଆକୁ ଇସାରା ଦେଇଛନ୍ତି । ପଥର ମାଫିଆ ବି ତାଙ୍କ କଥାରେ ସହମତ ହେଉଛି । ପଥର ମାଫିଆ ଜଣକ ଆଇଆଇସିଙ୍କୁ ୧୦ ହଜାର ଟଙ୍କା ଦେବ ସହ ଆଉ ବାକିଆ ପରେ ଦେବ ବୋଲି ବିଶ୍ୱାସ ଦେଉଛି । ସେପଟେ ଏ ଭିଡିଓଟି ଭାଇରାଲ ହେଲା ପରେ ଏସପି, ଆଇଆଇସି ଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରିଛନ୍ତି ଏବଂ ତାଙ୍କ ସ୍ଥାନରେ ମଞ୍ଜୁଲତା ଧଡ଼ାଙ୍କୁ ଦାୟିତ୍ୱ ଭାର ଦେଇଛନ୍ତି ।

  ')}

Leave a Reply