spot_img

Latest Posts

ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ବର: ପୂର୍ବତନ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ ଗିରଫ। ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ। ଗତକାଲି ତାଙ୍କ ଘରୁ ବାହାରିଥିଲା ଅମାପ ସମ୍ପତ୍ତି। ବିଭିନ୍ନ ସହରରେ ୧୦ଟି ଦାମିକିଆ ଫ୍ଲାଟ। ଭୁବନେଶ୍ଵର, ଝାରସୁଗୁଡ଼଼ାରେ ଏହି ପ୍ଲାଟ ରହିଛି। ୭ଟି ପ୍ଲଟ ମଧ୍ୟ ଠାବ ହୋଇଥିଲା।

୨ କୋଟି ୭୦ ଲକ୍ଷ ଟଙ୍କାର ବ୍ଯାଙ୍କ ଓ ବୀମା ଜମା, ପ୍ରାୟ ଦେଢ କେଜି ସୁନା, ୬ ଲକ୍ଷରୁ ଅଧିକ ନଗଦ ଟଙ୍କା ମିଳିଛି। ଗୋଟିଏ ଦାମି ମର୍ସିଡିଜ ଓ କିଆ କାର। ରୋଲେକ୍ସ ପରି ଦାମି ବ୍ରାଣ୍ଡର ୧୩ ଲକ୍ଷ ଟଙ୍କା ମୂଲ୍ୟର ଅନେକ ଘଣ୍ଟା ମିଳିଛି। ଶତାଧିକ ହଳ ଯୋତା, ଝିଅର ମେଡିିକାଲ ପାଠପଢା ଲାଗି ଖର୍ଚ୍ଚ କରିଛନ୍ତି ୮୦ ଲକ୍ଷ ଟଙ୍କା।

ଆମେରିକା, ଥାଇଲାଣ୍ଡ, ଭିଏତନାମ, ୟୁଏଇ, କାନାଡା, ମେକ୍ସିକୋ, ମାଲେସିଆ ଓ ସିଙ୍ଗାପୁର ପରି ଦେଶର ବିଦେଶୀ ଟଙ୍କା ମିଳିଥିଲା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ। ଭୁବନେଶ୍ଵର, କଟକ ଓ ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ କରିଥିଲା।

Latest Posts

Don't Miss