ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାଦୀ ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ବ୍ରହ୍ମପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଭିଜିଲାନ୍ସ ରେଡ୍ କରିଛି ଭିଜିଲାନ୍ସ । ଏହାସହ ଗଞ୍ଜାମ ଛତ୍ରପୁରର ୨ଟି ସ୍ଥାନରେ ଚାଲିଛି ଚଢ଼ାଉ । ଛତ୍ରପୁର ରାମନଗର ପ୍ରଥମ ଲେନ୍‌ରେ ଥିବା ଦୁଇ ମହଲା ଘର, ଗୋଟେ ମହଲା ମାର୍କେଟ୍ କମ୍ପ୍ଲେକ୍ସରେ ଚାଲିଛି ଚଢ଼ାଉ ।

ବ୍ରହ୍ମପୁର ଖାରବେଳନଗର ତୃତୀୟ ଲେନ୍‌ରେ ଥିବା ଦୁଇ ମହଲା କୋଠାରେ ଭିଜିଲାନ୍ସ ରେଡ୍ । ଏହି ଘରକୁ ଭଡ଼ାରେ ଦିଆଯାଇଛି । ବାଲେଶ୍ବର ଅଙ୍ଗାରଗାଡ଼ିଆରେ ଥିବା ଅନାଦୀଙ୍କ ବଡ଼ ଝିଅ ଡକ୍ଟର ନିବେଦିତା ବେହେରାଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ମା’ ରେସିଡେନ୍ସି ନାମକ ଓୟୋ ହୋଟେଲରେ ଚାଲିଛି ରେଡ୍ । ଏହି ହୋଟେଲରେ ଅନାଦୀଙ୍କ ବଡ଼ପୁଅ ସୌମ୍ୟ ରଞ୍ଜନ ବେହେରା ରହୁଥିବା ସୂଚନା ରହିଛି । ଚଢ଼ାଉରେ ୪ଜଣ ଡିଏସପି, ୮ ଇନସ୍ପେକ୍ଟର ସାମିଲ ଅଛନ୍ତି । ପୂର୍ବରୁ ଗଜପତିର ଯୋଗାଣ ଅଧିକାରୀ ଥିଲେ । ଏବେ ହେଡକ୍ବାର୍ଟରରେ କାର୍ଯ୍ୟରତ ଅଛନ୍ତି ।