କୋଟିପତି ସହକାରୀ ଯନ୍ତ୍ରୀ ଗିରଫ, ନଗଦ ୪୨ ଲକ୍ଷ ଟଙ୍କା ଜବତ

ବାରିପଦା: ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ । ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କୁବେର ସନ୍ତୋଷଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ । ଦୁଇଦିନ ଧରି ୧୧ଟି ସ୍ଥାନରେ ଚାଲିଥିଲା ଭିଜିଲାନ୍ସ ରେଡ୍ । ସନ୍ତୋଷଙ୍କ ବାଲେଶ୍ୱରସ୍ଥିତ ଘରୁ ମିଳିଥିଲା ନଗଦ ୪୨ ଲକ୍ଷ ଟଙ୍କା । ଜବତ ଟଙ୍କାର ଉତ୍ସ ନେଇ ସନ୍ତୋଷ ଦାସଙ୍କୁ ଜେରା କରିଥିଲା ଭିଜିଲାନ୍ସ ।

ଏହାସହ ପୋଲିସରେ ରେଡ଼ ସମୟରେ ୬୫୯ ଗ୍ରାମ ସୁନା ଜବତ ହୋଇଥିଲା । ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱରରେ ପୁଞ୍ଜା ପୁଞ୍ଜା କୋଠାବାଡି ଥିବା ନେଇ କାଗଜ ପତ୍ର ଜବତ ହୋଇଛି  । ସେହିପରି  ସାଙ୍ଗକୁ ପ୍ଳଟ, ଜମି, ଫିକ୍ସଡ ଡିପୋଜିଟର ପତ୍ତା ପାଇଛି ଭିଜିଲାନ୍ସ ।

 

Leave a Reply