ରାତା ରାତି ବଦଳିଲା ରାସ୍ତାର ନକ୍ସା l କଣ୍ଟ୍ରାକ୍ଟର ଓ ରାଜନେତାଙ୍କ ମନୋମୁଖୀ କାର୍ଯ୍ୟକୁ ବିରୋଧ । ଭୁବନେଶ୍ବର ଧଉଳି ନିକଟରେ ରାସ୍ତାରୋକ କଲେ ଗ୍ରାମବାସୀ। ରାସ୍ତା କାମ ସରକାରୀ ନକ୍ସା ଅନୁଯାୟୀ ହେଉ ନଥିବା ଅଭିଯୋଗରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ। ଧଉଳି ନିକଟରେ ଚାଲିଥିବା ଡାହାଣ ପାର୍ଶ୍ଵ ନଦୀବନ୍ଧ ରାସ୍ତା କାର୍ଯ୍ୟ ପୂର୍ବ ସରକାର ସମୟରୁ ଆରମ୍ଭ ହୋଇଥିଲା । ବର୍ତ୍ତମାନର ବିଜେପି ସରକାର ସମୟରେ ଏହି ନଦୀବନ୍ଧ ରାସ୍ତାକୁ ଜୟପୁର ନିକଟରେ ନଦୀପାର୍ଶ୍ଵରେ ରାସ୍ତା ନ ନେଇ ଗ୍ରାମ୍ୟ ରାସ୍ତା ଉପରେ ରାସ୍ତା ନେଉ ଥିବାରୁ ଏହାକୁ ବିରୋଧ କରିଛନ୍ତି। ଧଉଳି ପୋଲିସ ପହଂଚି ବୁଝାସୁଝା କରିବା ପରେ ହଟିଛି ରାସ୍ତାରୋକ l ସରକାରୀ ନକ୍ସା ଅନୁଯାୟୀ କାର୍ଯ୍ୟ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ

