ପଶ୍ଚିମବଙ୍ଗରେ ଉପନିର୍ବାଚନ ବେଳେ ହିଂସା, ବିଜେପି-ଟିଏମସି କର୍ମୀ ଧସ୍ତାଧସ୍ତି

କୋଲକାତା: ଉପନିର୍ବାଚନ ବେଳେ ହିଂସା । ପଶ୍ଚିମବଙ୍ଗରେ ଉପ ନିର୍ବାଚନ ପାଇଁ ଭୋଟିଂ ଜାରି ରହିଥିବା ବେଳେ କେତେକ ସ୍ଥାନରେ ଉତ୍ତେଜନା ଦେଖାଯାଇଛି । ଆସାନସୋଲ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ଆସାନସୋଲ ଲୋକସଭା ଆସନ ପାଇଁ ଟିଏମସିର ଶତ୍ରୁଘ୍ନ ସିହ୍ନା ଓ ବିଜେପିର ଅଗ୍ନିମିତ୍ର ପଲ୍‌ ପ୍ରାର୍ଥୀ ହୋଇଛନ୍ତି । ଭୋଟିଂ ବେଳେ ଆସାନସୋଲ ନିର୍ବାଚନ ମଣ୍ଡଳୀ ଅଧୀନ କିଛି ବୁଥରେ ଉତ୍ତେଜନା ଦେଖାଯାଇଛି । ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପଲ୍ ନିଜ ସୁରକ୍ଷାକର୍ମୀଙ୍କ ସହ ବୁଥ ଭିତରକୁ ଜୋର ଜବରଦସ୍ତି ପ୍ରବେଶ କରିଥିଲେ । ଯାହାକୁ ନେଇ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କେତେଜଣ ଟେକା ପଥର ମାଡ଼ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।