ଡ୍ୟାନ୍ସ ଦେଖି IPS କହିଲେ, ଟ୍ରେନିଂ ସାରି ସାଙ୍ଗ ବରଯାତ୍ରୀରେ ପହଞ୍ଚିଥିଲେ ଯବାନ

1 min read

ନୂଆଦିଲ୍ଲୀ: ବିବାହରେ ବରଯାତ୍ରୀଙ୍କ କ୍ରେଜ୍‌ ସବୁଠୁ ଅଲଗା । ସମସ୍ତଙ୍କ ନଜର ଥାଏ ବରଯାତ୍ରୀ ଉପରେ । କାରଣ ଏଥିରେ ଡିଜେ ଆଉ ବାଜା ତାଳେ ତାଳେ ନାଚୁଥିବା ଡ୍ୟାନ୍ସର କେବଳ ବରଯାତ୍ରୀରେ ନିଜ ଜଲଓ୍ୱା ଦେଖାଇଥାନ୍ତି । ତାହା ମଧ୍ୟ ଭିନ୍ନ ପ୍ରକାରର । ଏହିଭଳି ଏକ ଭିଡ଼ିଓ ଶେୟାର କରିଛନ୍ତି ଆଇପିଏସ୍‌ ଅଧିକାରୀ ଦୀପାଂଶୁ  କାବରା । ସେ କ୍ୟାପ୍ସନରେ ଲେଖିଛନ୍ତିଯେ, ପ୍ରଶିକ୍ଷଣ ସରୁ ସରୁ ସାଙ୍ଗ ବରଯାତ୍ରୀରେ ପହଞ୍ଚିଛନ୍ତି ଯବାନ୍‌ ।  ତେବେ ଏପର୍ଯ୍ୟନ୍ତ ଏହି କ୍ଲିପକୁ ୭୧ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି ।  କେବଳ ସେତିକି ନୁହେଁ ଖୁବ୍‌ ପ୍ରତିକ୍ରିୟା ମଧ୍ୟ ଆସୁଛି ।

 

ଭିଡ଼ିଓ ୨୯ ସେକେଣ୍ଡର, କିନ୍ତୁ ଆପଣଙ୍କ ମନୋରଞ୍ଜନ କରିବା ପାଇଁ ଯଥେଷ୍ଟ । ତେବେ ଭିଡ଼ିଓରେ ବ୍ୟକ୍ତି ଜଣକ ଏଭଳି ଡ୍ୟାନ୍ସ କରୁଛନ୍ତି ସମସ୍ତେ କହୁଛନ୍ତି ସବୁଠାରୁ ହଟକେ । ମଝିରେ ମଝିରେ ତ ସାଲ୍ୟୁଟ୍‌ ମାରୁଥିବାର ଦେଖିବାକୁ ମିଳିଛି ।  କିନ୍ତୁ ଯିଏ ମଧ୍ୟ ଏହି ଡ୍ୟାନ୍ସ ଦେଖୁଛନ୍ତି କହୁଛନ୍ତି,  ଏମିତି ଡ୍ୟାନ୍ସ କେବେ ମଧ୍ୟ ଦେଖିନାହୁଁ ।

ଏହି ଭିଡ଼ିଓ ଦେଖିବା ପରେ ଅନ୍ୟ IPS ଅଧିକାରୀ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । କିଛି ଜଣଙ୍କ କହିବା ହେଉଛି, କେବେ କେବେ କିଛି ଲୋକଙ୍କୁ ଡ୍ୟାନ୍ସ ଆସନାହିଁ, ଯଦି ଜବରଦସ୍ତି କରାଯାଏ, ତେବେ ଏମିତି ନାଚ ବାହାରେ ।