ମହାପ୍ରଭୁଙ୍କୁ ଇଏ କି ପ୍ରକାର ସମ୍ମାନ ? ଭାଇରାଲ ହେଉଛି ବିସର୍ଜନ ସମୟର ଭିଡିଓ

ବାଲେଶ୍ବର: ସେ ଜଗନ୍ନାଥ ଜଗତର ନାଥ । କାଳିଆ ଠାକୁର, ଅଟେ ସେ ଭାବ ବିନୋଦିଆ । ତାକୁ ଦେଖିଲେ ଆଖରେ ବହିଆସେ ଲୋତକର ଧାର । ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରିବା ପାଇଁ ଲାଗିଥାଏ ଭକ୍ତଙ୍କ ଭିଡ଼ । କୁହାଯାଏ କି, କଳିଯୁଗର ଠାକୁର ହେଉଛନ୍ତି ଜଗନ୍ନାଥ । ସମସ୍ତେ ତାଙ୍କୁ ପ୍ରମାଣ କରନ୍ତି ଏବଂ ଭକ୍ତି ମଧ୍ୟ କରନ୍ତି । ଆପଣ କେବେ ଶୁଣିଛନ୍ତି କି, ମହାପ୍ରଭୁଙ୍କୁ ଶ୍ରୀବିଗ୍ରହକୁ କେବେ ବିସର୍ଜନ କରାଯିବା । କେହି କେବେ ଏଭଳି ଦୃଶ୍ୟ ଦେଖି ନଥିବାବେଳେ ଏବେ ଏକ ଭିଡିଓ ସାମନାକୁ ଆସିଛି । ଯାହାକି, ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଠି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ବିଗ୍ରହକୁ ବିସର୍ଜନ କରାଯାଉଛି ।

ବିସର୍ଜନବେଳେ ଯେଭଳି ଅସମ୍ମାନ କରାଯାଉଛି ଏବଂ ଟ୍ରାକ୍ଟର ଢ଼ାଲାରେ ମଥା ମାନ ହେଉଛି ତାହା ଯେଉଁ ଲୋକ ମଧ୍ୟ ଦେଖିବ ତା ଆଖିରୁ ଲୋତକ ଧାର ବୋହି ପଡ଼ିବ । ସେ ପ୍ରତି ଓଡିଆଙ୍କ ପ୍ରାଣକେନ୍ଦ୍ର । ଆମ ଭାବର ଠାକୁରଙ୍କୁ ଏ କି ପ୍ରକାର ସମ୍ମାନ । ବିସର୍ଜନ ବେଳେ ଫିଙ୍ଗି ଦିଆଯାଉଛି । ଏ ଦୃଶ୍ୟକୁ ଦେଖିବା ବେଳକୁ ଛାତି କୋରି ହୋଇଯାଉଛି । ହେଲେ ଏ ବ୍ୟକ୍ତିମାନେ ଏମିତି କେମିତି କରିପାରୁଛନ୍ତି । ଶ୍ରୀଜିଉଙ୍କ ମୂର୍ତ୍ତିକୁ ପାଣିରେ ବିସର୍ଜନ ବେଳେ ଟ୍ରାକ୍ଟରରୁ ଫିଙ୍ଗି ଦେଉଛନ୍ତି । ମହାବାହୁ ପାଣିରେ ନପଡି ଟ୍ରାକ୍ଟର ଡାଲାରେ ମୁହଁ ମାଡି ପଡିଯାଉଛନ୍ତି । ପରେ ଦୁଇ ଜଣ ବ୍ୟକ୍ତି ସେହି ମୂର୍ତ୍ତିଙ୍କୁ ଅତି କଦଯ୍ୟ ଭାବେ ତାଳସାରୀ ମହୋଦଧୀରେ ବିସର୍ଜନ କରୁଛନ୍ତି ।

ଏହି ଦୃଶ୍ୟକୁ ଦେଖିବା ପରେ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଏ କି ପ୍ରକାର ବିସର୍ଜନ ?  ତେବେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଥାନାଛକ ହେଲିପ୍ୟାଡ ପଡିଆରେ ଡିସେମ୍ବର ୧୩ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ୩୨ ବେଶ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଶୁକ୍ରବାର କାର୍ଯ୍ୟକ୍ରମ ସରିବା ପରେ ଜଗନ୍ନାଥଙ୍କ ବେଶ ମୂତ୍ତି, ରାଧାକୃଷ୍ଣ, ଲକ୍ଷ୍ମୀ, ଶିବ ଓ ସରସ୍ୱତୀଙ୍କ ମୂର୍ତ୍ତିକୁ ବିସର୍ଜନ କରାଯାଇଛି । ୧୦ଟି ଟ୍ରାକ୍ଟରରେ ଠାକୁରଙ୍କ ମାଟି ମୂର୍ତିକୁ ବିସର୍ଜନ ପାଇଁ ତାଳସାରୀ ବେଳଭୂମିକୁ ନିଆଯାଇଥିଲା । ଆଉ ବିସର୍ଜନ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ମିଳିଛି । ତେବେ ମହାପ୍ରଭୁ ଜଗନ୍ନାଥଙ୍କ ବିସର୍ଜନ କୁ ନେଇ ଉଠିଛି ପ୍ରସ୍ନ । ଜଗନ୍ନାଥଙ୍କ ବିସର୍ଜନ ହେଇ ନଥାଏ ସେ ଦାରୁ ମୁରତି କିଭଳି ବିସର୍ଜନ କରାଗଲା ତାକୁ ନେଇ ପ୍ରଶ୍ନ‌ କରିଛନ୍ତି। ଏଭଳି ବିସର୍ଜନକୁ ପ୍ରତି ଓଡିଆଙ୍କ ଭାବାବେଗକୁ ଆଘାତ ଦେଇଛି ।