କ୍ୟାପଟେନ୍ କୋହଲି: ସବଳ ଖେଳାଳି, ଦୁର୍ବଳ ନେତୃତ୍ୱ

1 min read

ନନ୍ଦିଘୋଷ ବ୍ୟୁରୋ: ଚଳିତ ଟି ୨୦ ବିଶ୍ୱକପରୁ ବିଦାୟ ନେଇସାରିଛି ଭାରତ  । ସେମିଫାଇନାଲ ଯିବା ବାଟ ବନ୍ଦ ହୋଇସାରିଥିବା ସ୍ୱତେ ନାମିବିଆ ସହ ଟିମ୍ ଇଣ୍ଡିଆ ଖେଳିବ ଶେଷ ମ୍ୟାଚ  । କ୍ୟାପଟେନ୍ସି ରେ ମଧ୍ୟ ଏହା ବିରାଟ କୋହଳିଙ୍କ ଶେଷ ମ୍ୟାଚ ହେବ  । ଏହି ମ୍ୟାଚ ଜିତିବା ସହ ବିରାଟ ଅଧିନାୟକ ପଦବୀକୁ ବାଏ ବାଏ କରିବାକୁ ଚାହୁଁଥିବେ  । କିନ୍ତୁ ଅସଲ ନିର୍ଣ୍ଣୟ ତ ପଡିଆରେ ହିଁ ଜଣାପଡ଼ିବ  ।  କାରଣ ବିରାଟ କୋହଲି ଏମିତି ଜଣେ କ୍ୟାପଟେନ ଯାହାଙ୍କ ଗଣିତ ଭାରି ଜଟିଳ  ।  ମାନେ ଏକଥା ମଧ୍ୟ କୁହାଯାଇପାରିବ  ।  ବିରାଟ ସବୁଠୁ ଜଣେ ଭଲ ଖେଳାଳୀ, ଆଉ ସବୁଠୁ ଖରାପ କ୍ୟାପଟେନ  ।

ସଦ୍ୟ ଅଧିନାୟକ ପଦରୁ ବିଦାୟ ନେବାକୁ ଯାଉଥିବା ବିରାଟ କୋହଲିଙ୍କ ପ୍ରଦର୍ଶନ ଅଛପା ନାହିଁ । ପ୍ରତିପକ୍ଷ ଟିମର ବଲ ପଡ଼ିବ ମାନେ ବିରାଟଙ୍କ ବ୍ୟାଟ ଚାଲିବ ହିଁ ଚାଲିବ  ।   ଦଳକୁ ଲିଡ କରିବାରେ ମଧ୍ୟ କିଛି ମାତ୍ରାରେ ତାଙ୍କ ଭୂମିକା ଭଲ ରହିଛି  । କିନ୍ତୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ବିରାଟଙ୍କ ଭୂମିକା ଫିକା ପଡ଼ିଥିବା ଜଣାଯାଏ  । କୋହଲି ଏପର୍ଯ୍ୟନ୍ତ ୬୫ ଟେଷ୍ଟ ମ୍ୟାଚରେ ଅଧିନାୟକାତ୍ୱ ଭାର ସମ୍ଭାଳିଛନ୍ତି  । ଯାହା ମଧ୍ୟରୁ ୩୮ ଟି ମ୍ୟାଚରେ ହିଁ ଭାରତ ବିଜୟ ହାସଲ କରିଛି  ।

ଇଏ ସେହି ବିରାଟ କୋହଲି  ।  ଯିଏ ଦିନିକିଆ ଅନ୍ତ୍ରର୍ଜାତୀୟ ମ୍ୟାଚରେ ପୂର୍ବତନ କ୍ୟାପଟେନ ଏମଏସ ଧୋନି,  ମହମ୍ମଦ ଆଜାରୁଦ୍ଧିନ, ଏବଂ ସୌରଭ ଗାଙ୍ଗୁଲିଙ୍କ ପରେ ଚତୁର୍ଥ ସଫଳ କ୍ୟାପଟେନ  ।  ବିରାଟ ଏବେ ଯାଏଁ ୯୫ଟି ଦିନିକିଆ ମ୍ୟାଟରେ ଟିମ ଇଣ୍ଡିଆର କ୍ୟାପଟେନ ଭାର ସମ୍ଭାଳିଛନ୍ତି  ।  ଏବଂ ଏଥିମଧ୍ୟରୁ ୬୫ ଟି ମ୍ୟାଚରେ ଭାରତକୁ ବିଜୟ ମିଳିଛି  ।  ଯାହା ଏକ ରେକର୍ଡ ମଧ୍ୟ  ।  ଏହା ବ୍ୟତୀତ ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୪୯ଟି  T20 ମ୍ୟାଚରେ ମଧ୍ୟ ଟିମ୍ ଇଣ୍ଡିଆକୁ ଲିଡ଼ କରିଛନ୍ତି  ।

 କ୍ୟାପଟେନ କୋହିଲଙ୍କ ବ୍ୟାଟିଂ ରେକର୍ଡ ?

୩୩ ବର୍ଷୀୟ ବିରାଟ କୋହଲି ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ରନ୍ କରିଥିବା ଭାରତୀୟ ଅଧିନାୟକ  ।  କ୍ୟାପଟେନ ଭାବେ ୬୫ଟି ଟେଷ୍ଟ ମ୍ୟାଚ ଖେଳିଥିବା କୋହଲି  ୫୬୬୭ ରନ୍ ସଂଗ୍ରହ କରିଛନ୍ତି  ।  ଯେଉଁଥିରେ ରହିଛି ୨୦ଟି ଶତକ ଏବଂ ୧୭ଟି ଅର୍ଦ୍ଧ ଶତକ  ।  ସେହିପରି ବିରହାଟ କୋହଲି ଦିନିକିଆରେ ମଧ୍ୟ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ପରେ ସର୍ବାଧିକ ରନ୍ ଅକ୍ତିଆର କରିଥିବା ଅଧିନାୟକ  ।

ବିରାଟ କ୍ୟାପଟନ୍ସିଂ କାଳରେ ୯୫ଟି ୱାନଡ଼େ ଇଣ୍ଟରନ୍ୟାସନାଲ ଖେଳିଛନ୍ତି  ।  ତନ୍ମଧ୍ୟରୁ  ୫୪୪୯ ରନ୍ କେବଳ ନିଜେ ହିଁ ସଂଗ୍ରହ କରିଛନ୍ତି  । ଆଉ ଯାହା ମଧ୍ୟରେ ରହିଛି ୨୧ଟି ଶତକ ଏବଂ ୨୭ଟି ଅର୍ଦ୍ଧ ଶତକ  ।  ଯଦି T20 ଇଣ୍ଟରନ୍ୟାସନାଲ କଥା କହିବା ତେବେ ଅଷ୍ଟ୍ରେଲିଆ କ୍ୟାପଟେନ ଏରୋନ୍ ଫିଞ୍ଚଙ୍କ ପରେ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଅଧିନାୟକ  ।  ୪୯ଟି T20ରେ କ୍ୟାପଟେନ କୋହଲି ୧୫୭୦ ରନ୍ କରିଥିବା ରେକର୍ଡ ରହିଛି  ।

ବଡ଼ ମୁକାବିଲାରେ ପ୍ଲଫ କ୍ୟାପଟେନ

କଥାଟି ଅଖାଡ଼ୁଆ ଲାଗୁଥିଲେ ମଦ୍ୟ ସ୍ୱୀକାର କରିବାକୁ ପଡ଼ିବ  । କାରଣ କ୍ରିକେଟ ଅତୀତ କହୁଛି, ଯେତେବେଳେ ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟରେ ବଡ଼ ମୁକାବିଲାରେ ପହଁଚେ, ସେତେବେଳେ କୋହଲିଙ୍କ ଅଧିନାୟତ୍ୱ କାମ କରେନି  । ଅର୍ଥାତ ଏକଦମ ଫ୍ଲପ ସାବ୍ୟସ୍ତ ହୁଏ କ୍ୟାପଟେନ୍ସିଂ  । ୨୦୧୭ ମସିହା ଚମ୍ପିଆନସିପ ଟ୍ରଫି ଫାଇନାଲରେ ବିରାଟ କୋହଲିଙ୍କ ଟିମକୁ 180 ରନର ଏକ ବୃହତ ବ୍ୟବଧାନରେ ଚକମା ଦିଏ ପ୍ରତିପକ୍ଷ ପାକିସ୍ତାନ  ।  ଏହି ମ୍ୟାଚରେ ଭାରତ ଟସ ଜିତିଥିବା ସ୍ୱତେ ବିରାଟ ବୋଲିଂ କରିବାର ନିଷ୍ପତ୍ତି ନିଅନ୍ତି  । ଯାହା ସେଦିନର ଗଣିତକୁ ଏକଦମ ବିଗାଡ଼ିଦିଏ  । ଏବଂ ଭାରତ ଏକ ବଡ଼ ପରାଜୟର ସମ୍ମୁଖୀନ ହୁଏ  ।  ସେହିପରି ୨୦୧୯ ୱାର୍ଲ୍ଡ କପରେ  ଭାରତ ଭଲ ପ୍ରଦର୍ଶ କରିବା ସହ ସେମିଫାଇନାଲ ପାଇଁ ସ୍ଥାନ ଚୟନ କରିସାରିଥିଲା  । କିନ୍ତୁ କ୍ୟାପଟେନ କୋହଲିଙ୍କ ନେତୃତ୍ୱରେ ସେଦିନ ମଧ୍ୟ ଭାରତ ଫ୍ଲପ ହୋଇଥିଲା  ।  ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତ ୧୮ ରନରେ ହାରିବାକୁ ବାଧ୍ୟ ହୋଇଥିଲା  ।

ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ ଜାହିର କରିଥିବା କୋହଲି ବ୍ରିଗେଡ଼ ଆଇସିସି ଟେଷ୍ଟ ଚମ୍ପିଆନସିପ୍ ନେବାର ହକଦାର ରହିଥିଲା  ।  କିନ୍ତୁ ସାଉଥହାମ୍ପଟେନ ଫାଇନାଲ ମୁକାବିଲାରେ ବିରାଟ ବାହିନୀର କିସମତ ପୁଣି ଥରେ ଦଗା ଦେଇଥିଲା  । ଟସ ହାରିଥିବା ଚିମ୍ ଇଣ୍ଡିଆ ୮ ୱିକେଟରେ ମ୍ୟାଚ ବି ହାରିଥିଲା  ।  ଯଦି ଦେଖିବା ଲମ୍ବା ସମୟ ଧରି IPLରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଲିଡ କରୁଥିବା କ୍ୟାପଟେନ ବିରାଟ ଆଜି ପର୍ଯ୍ୟନ୍ତ ବିଜୟୀ ହୋଇ ପାରୁନାହାଁନ୍ତି  । ଆଉ ଏବେ ଚାଲିଥିବା T20 ୱାର୍ଲଡକପରେ ମଧ୍ୟ ସ୍ଥିତି କିଛି ସେମିତି  । ପ୍ରଥମେ ପାକିସ୍ତାନ ଏବଂ ପରେ ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ଟିମ୍  ।  ଯାହା ପୁଣି ଥରେ ପ୍ରମାଣିତ କରିଛି ଯେ ବିରାଟଙ୍କ ଭାଗ୍ୟ ସାଥ ଦେଉନି  ।  ସେଥିପାଇଁ ହିଁ  ସେ ସବୁଠୁ ଭଲ ଖେଳାଳୀ, ଖରାପ କ୍ୟାପଟେନ..

Leave a Reply