ବିରାଟ କୋହଲିଙ୍କ ପାଇଁ ଖୁସି ଖବର, ପ୍ରଥମ ଥର ମିଳିଲା ଖାସ୍‌ ସମ୍ମାନ

ନୂଆଦିଲ୍ଲୀ: ଏସିଆ କପରେ ଶାନଦାର ଫର୍ମରେ ଅଛନ୍ତି ବିରାଟ କୋହଲି । ଟି ୨୦ ବିଶ୍ବକପରେ ବର୍ତ୍ତମାନ ସୁଦ୍ଧା ଦମଦାର ପ୍ରଦର୍ଶନ ବଜାୟ ରଖିଛନ୍ତି ବିରାଟ । ସୁପର ୧୨ ରାଉଣ୍ଡ ଶେଷ ହେବା ପରେ କୋହଲି ଏହି ଟୁର୍ଣ୍ଣାମେଣ୍ଟରେ ଟପ ସ୍କୋରର ରହିଛନ୍ତି । ୫ଟି ମ୍ୟାଚରେ ୨୪୬ ରନ ସଂଗ୍ରହ କରିଛନ୍ତି ବିରାଟ । ଯେଉଁଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲରୁ ବିରାଟଙ୍କୁ ମିଳିଛି ଖାସ ସମ୍ମାନ । ଅକ୍ଟୋବର ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ଭାବେ ବିରାଟଙ୍କୁ ଚୟନ କରାଯାଇଛି । ମହିଳା ବର୍ଗରେ ପାକିସ୍ତାନର ଅଲରାଉଣ୍ଡର ନିଦା ଡାର ଆଇସିସି ମହିଳା ପ୍ଲେୟାର ଅଫ ଦ ଇଅର ଭାବେ ଚୟନ କରାଯାଇଛି ।

କୋହଲିଙ୍କ ଟକ୍କର ଜିମ୍ବାୱେର ସିକନ୍ଦର ରଜା ଓ ଦକ୍ଷିଣ ଆଫ୍ରିକାର ବ୍ୟାଟର ଡେଭିଡ ମିଲରଙ୍କ ସହ ଥିଲା । କିନ୍ତୁ କୋହଲିଙ୍କୁ ସବୁଠାରୁ ଅଧକ ଭୋଟ ମିଳିଛି । ଟି ୨୦ ଫର୍ମାଟରେ କୋହଲିଙ୍କ ପ୍ରଦର୍ଶନ ଜବରଦସ୍ତ ଥିଲା । ପାକିସ୍ତାନ ବିରୋଧରେ ଅକ୍ଟୋବର ୨୩ ଟି୨୦ ବିଶ୍ବକପରେ ଭାରତ ଓପନିଂ ମ୍ୟାଚରେ ୮୨ ରନ ଖେଳି ଅପରାଜେୟ ରହିଥିଲେ । ବିରାଟଙ୍କ ଦମରେ ଭାରତକୁ ଧୂଳି ଚଟାଇଥିଲା ପାକିସ୍ତାନ ।

ପାକିସ୍ତାନ ବିରୋଧରେ ଟିମ ଇଣ୍ଡିଆ ୩୧ ରନ ସଂଗ୍ରହ କରି ଚାରି ୱିକେଟ ହରାଇଥିଲା । ଏହାପରେ କୋହଲିଙ୍କ ପ୍ରଚେଷ୍ଟାରେ ଭାରତୀୟ ଟିମ ୧୬୦ ରନର ଲକ୍ଷ୍ୟ ହାସଲ କରିଥିଲା । କୋହଲି ୫୨ ବଲରେ ୮୨ ରନ ସଂଗ୍ରହ କରିଥିଲେ । ଟି୨୦ରେ ଏହା ମ୍ୟାଚ ତାଙ୍କ କ୍ୟାରିଅରର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ବୋଲି କହିଥିଲେ ବିରାଟ ।