ବିରାଟ କୋହଲି vs ବାବର ଆଜମ; କିଏ ଅଧିକ ଶକ୍ତିଶାଳୀ ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି T20 ମହାମୁକାବିଲା । ଯାହାକୁ ନେଇ ଖୁବ୍ ଉତ୍ସାହିତ କ୍ରିକେଟ୍ ପ୍ରେମୀ। ଅକ୍ଟୋବର ୨୪ ରେ ହେବାକୁ ଥିବା ମୁକାବିଲା ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ମ୍ୟାଚର ଗୋଟିଏ ପଟେ କୋହଲି ସେନା ରହିଥିବା ବେଳେ ଅନ୍ୟ ପଟେ ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ମଇଦାନକୁ ଓହ୍ଲାଇବ।

ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ପାଞ୍ଚଟି ମ୍ୟାଚ୍‌ରେ ପାକିସ୍ତାନ ପରାଜୟ ଦେଖିଥିବା ବେଳେ ଏହି ମ୍ୟାଚରେ ବିଜୟ ହାସଲ ପାଇଁ ପ୍ରାଣପଣେ ଚେଷ୍ଟା କରିବେ । ତେବେ ଏହି ମ୍ୟାଚରେ ଦୁଇ ଟିମର କ୍ୟାପଟେନ୍ ଙ୍କ ଉପରେ ସବୁକିଛି ନିର୍ଭର କରୁଛି। ଆସନ୍ତୁ ଜାଣିବା ବିରାଟ କୋହଲି ଏବଂ ବାବରଙ୍କ ମଧ୍ୟରେ କିଏ, କାହା ଉପରେ ଅଧିକ ଭାରୀ…

ଅନ୍ତର୍ଜାତୀୟ କ୍ୟାରିଅର୍ 
ବିରାଟ କୋହଲି: ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ଫର୍ମାଟର କିଙ୍ଗ ବୋଲାଇଥାନ୍ତି। ତାଙ୍କ ନାମରେ ଅଧିକ ରନ୍ ଏବଂ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର ବିଶ୍ୱ ରେକର୍ଡ ରହିଛି। ସେ ଗୋଟିଏ ପରେ ଗୋଟିଏ କ୍ରିକେଟର ବଡବଡ ରେକର୍ଡ ହାତେଇଛନ୍ତି। ଏପର୍ଯ୍ୟନ୍ତ ସେ ୯୦ଟି ମ୍ୟାଚ୍ ରେ ୨୮ଟି ଅର୍ଦ୍ଧଶତକ ବଳରେ ୩୧୫୯ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୩୯.୦୪ ରହିଥିଲା ।

ବାବର ଆଜାମ: T-20 ଇଣ୍ଟରନ୍ୟାସନାଲରେ ବାବର ପାକିସ୍ତାନର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍। ସେ ୬୧ଟି ମ୍ୟାଚରେ ହାରାହାରି ୪୬.୮୯ରେ ୨୨୦୪ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ଗୋଟିଏ ଶତକ ଏବଂ ୨୨ଟି ଅର୍ଦ୍ଧ ଶତକ ହାତେଇଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୩୦.୬୪ ରହିଛି।

ଶକ୍ତିଶାଳୀ-
ବିରାଟ କୋହଲି: ଗତ ୩ଟି T20 ଇନିଂସରେ ପାକିସ୍ତାନୀ ଟିମ୍ ବିରାଟଙ୍କୁ ଆଉଟ୍ କରିପାରି ନାହିଁ। ପାକିସ୍ତାନ ବିରୋଧରେ ବିରାଟଙ୍କ ଦମଦାର୍ ଓ ଆକ୍ରାମକ ପ୍ରଦର୍ଶନକୁ ଖୁବ୍ ପସନ୍ଦ କରନ୍ତି ପ୍ରଶଂସକ ମାନେ।

ବାବର ଆଜାମ: ଷ୍ଟ୍ରୋକିଂ ଖେଳାଳି ହେଉଛନ୍ତି ବାବର ଆଜମ। ବଡ଼ ଟିମ୍ ବିପକ୍ଷରେ ସେ ଖେଳିବାକୁ କମ୍ ସୁଯୋଗ ପାଇଛନ୍ତି । ତଥାପି ସଟସିଲେକ୍ସନକୁ ନେଇ କୋହଲିଙ୍କ ସହ ତାଙ୍କର ତୁଳନା କରାଯାଇପାରେ। ସେହିପରି କିଛି ପାକିସ୍ତାନୀ କ୍ରିକେଟର କଭର ଡ୍ରାଇଭରେ କୋହଲିଙ୍କ ଠାରୁ ବାବରଙ୍କୁ ଅଧିକ ଦମଦାର୍ ମାନନ୍ତି।

କାହାର କ’ଣ ଦୁର୍ବଳତା ରହିଛି-
ବିରାଟ କୋହଲି: ଅନ୍ତର୍ଜାତୀୟ ସ୍ତରରେ ଗତ ଦୁଇ ବର୍ଷ ମଧ୍ୟରେ ବିରାଟଙ୍କ ବ୍ୟାଟରୁ କୌଣସି ବଡ଼ ରନ୍ କରାଯାଇନାହିଁ। ଆଇପିଏଲ୍ ୨୦୨୧ରେ ଭଲ ପ୍ରଦର୍ଶନ ହୋଇଥିବା ବେଳେ ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ ହେବ ବୋଲି ଆଶା କରାଯାଉଛି ।

ବାବର ଆଜାମ: ପ୍ରଥମ ଥର ପାଇଁ T-20ରେ ଭାରତ ବିପକ୍ଷରେ ଖେଳିବେ ବାବର ଆଜମ।

Leave a Reply