spot_img

Latest Posts

ବୋରିଗୁମ୍ମା ଏବଂ ଲକ୍ଷ୍ମୀପୁର ବ୍ଲକର ଅନେକ ସ୍ଥାନ ପରିଦର୍ଶନ କଲେ ଭିକେ ପାଣ୍ଡିଆନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଏବଂ ଲକ୍ଷ୍ମୀପୁର ବ୍ଲକର ଅନେକ ସ୍ଥାନ ପରିଦର୍ଶନ କରିଛନ୍ତି । ସେ ଜୁଜହରୀ ଠାରେ ବିଜୁ ଗ୍ରାମ ଉଦୟ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ଖାଦ୍ୟ ପ୍ରକ୍ରିୟାକରଣ, କୁକୁଡ଼ା, ଚପଲ ଉତ୍ପାଦନ ଏବଂ ଇଟା ଭଳି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକାଧିକ ମିଶନ ଶକ୍ତି ଗୋଷ୍ଠୀଙ୍କୁ ଭେଟିଥିଲେ। ମହିଳାମାନଙ୍କର ଏହି ଶିଳ୍ପ ଏବଂ ଉଦ୍ୟୋଗୀ ପଦକ୍ଷେପ ଦେଖି ଖୁସି ହୋଇଥିଲେ ।

ସେମାନଙ୍କର ଅଭିବୃଦ୍ଧି କାହାଣୀକୁ ଡକ୍ୟୁମେଣ୍ଟ୍ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଅନ୍ୟ ଜିଲ୍ଲାମାନଙ୍କ ପାଇଁ ଏକ ଆଦର୍ଶ ହୋଇପାରିବ। ପରେ ଆଉଁଲିରେ ମିଶନ୍ ଶକ୍ତି ୱେ ସାଇଡ୍ ଫୁଡ୍ କୋର୍ଟ ପରିଦର୍ଶନ କରି ଏହାର ବ୍ୟବସାୟ ମଡେଲ୍ – ଲେଆଉଟ୍, ବ୍ୟବସାୟ ଟାଇ ଅପ୍ ଏବଂ ରକ୍ଷଣାବେକ୍ଷଣକୁ ପ୍ରଶଂସା କରିଥିଲେ । ଏଥିସହ ସରକାରଙ୍କ ତରଫରୁ ସମର୍ଥନ ଦିଆଯିବ ବୋଲି ଆଶ୍ବସନା ଦେଇଛନ୍ତି ।

ପୂର୍ବରୁ ସେ ଏକ ଫାଇଭ ଟି ରୂପାନ୍ତରିତ ହାଇସ୍କୁଲର ନିର୍ମାଣ କାର୍ଯ୍ୟର ଦେଖିଥିଲେ । ଶେଷରେ, ସେ ଲକ୍ଷ୍ମୀପୁର ବ୍ଲକ ପରିଦର୍ଶନ କରି ସେଠାରେ ଏକ କଫି ଚାଷ ସ୍ଥାନକୁ ଯାଇ କୃଷକମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କର ଆବଶ୍ୟକତା ଏବଂ ଉନ୍ନତି ପାଇଁ ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ । ଏହି ସମୟରେ ତାଙ୍କ ସହ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଏବଂ କଲେକ୍ଟର ଉପସ୍ଥିତ ଥିଲେ ।

Latest Posts

Don't Miss