ନିର୍ବାଚନ ପୂର୍ବରୁ ବାଏ ବାଏ, ରାଜନୀତିରୁ ବିଦାୟ ନେଲେ ଶଶିକଳା

1 min read
VK Sasikala quits politics ahead of Tamil Nadu assembly elections

ଚେନ୍ନାଇ: ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜନୀତିରେ ବଡ଼ ଧରଣର ଟ୍ୱିଷ୍ଟ । ଏଆଇଏଡିଏମକେର ପୂର୍ବତନ ଅଧ୍ୟକ୍ଷ ଶଶିକଳା ରାଜନୀତିରୁ ବିଦାୟ ନେଇଛନ୍ତି । ସେ ଚିଠି ଲେଖି ଗଣମାଧ୍ୟମକୁ ଏ ବିଷୟରେ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କର ରାଜନୀତି କରିବାର ଇଚ୍ଛା କମି ଯାଇଥିଲା । କେବେବି ସେ କ୍ଷମତା ଓ ପଦବୀ ପଛରେ ନାହାନ୍ତି ବୋଲି ଶଶିକଳା କହିଛନ୍ତି । ଆଗାମୀ ନିର୍ବାଚନରେ ଏଆଇଏଡିଏମକେକୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ । ଡିଏମକେକୁ ହରାଇବା ପାଇଁ ଦଳ ପକ୍ଷରୁ ଅନବରତ ପ୍ରୟାସ ଜାରି ରଖିବା ଦରକାର ବୋଲି ଶଶିକଳା କହିଛନ୍ତି ।

ଏକ ଦୁର୍ନୀତି ମାମଲାରେ ଶଶିକଳା ୪ ବର୍ଷ ଜେଲଦଣ୍ଡ ପରେ ଗତ ଜାନୁଆରୀ ଜେଲରୁ ମୁକୁଳିଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ସେ ଏଆଇଏଡିଏମକେରେ ମିଶିବେ ବୋଲି ଅନୁମାନ କରାଯାଉଥିଲା । ହେଲେ ମୁଖ୍ୟମନ୍ତ୍ରୀ ପାଲାନୀସାମୀ ଏନେଇ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଥିଲା । ଗତକାଲି ମଧ୍ୟ ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ଏକ ବୈଠକ ବସିଥିଲା । ଏଥିରେ ଶଶିକଳା ଦଳରେ ଯୋଗଦେବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ତେବେ ଶଶିକଳା ରାଜନୀତି ଛାଡ଼ିବା ଆଗାମୀ ନିର୍ବାଚନକୁ ଏକ ନୂଆ ଦିଗ ଦେବ ବୋଲି ଚର୍ଚ୍ଚା ହେଉଛି ।

Leave a Reply