କରୋନା କାଳରେ ଦରମା କାଟୁଛନ୍ତି ବହୁ କମ୍ପାନୀ: କିନ୍ତୁ ଏହି କମ୍ପାନୀ କରିଛି କିଛି ଭିନ୍ନ

1 min read

ନୂଆଦିଲ୍ଲୀ: କରୋନା କାଳରେ ବହୁ କମ୍ପାନୀ ଛଟେଇ କରିବା ସହ କର୍ମଚାରୀଙ୍କ ଦରମା ମଧ୍ୟ କାଟୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏଭଳି ସମୟରେ କିଛି କମ୍ପାନୀରେ ଏହାର ଠିକ୍ ଓଲଟା ହେଉଥିବା ଦେଖିବାକୁ ମିଳିଛି । କିଛି ମାସ ପୂର୍ବେ ବହୁ ଜଣ କର୍ମଚାରୀ କମ୍ପାନୀ ଛାଡ଼ୁଥିବା ଦେଖିବାକୁ ମିଳିଥିଲା । ଏବଂ ଏଭଳି ଆଭିମୁଖ୍ୟ ତଳସ୍ତରରୁ ନେଇ ଉପରସ୍ତରର କର୍ମଚାରୀମାନଙ୍କ ଠାରେ ଦେଖିବାକୁ ମିଳିଥିଲା । ଏହାକୁ ରୋକିବା ନେଇ ନଭେମ୍ୱର ମାସରେ କମ୍ପାନୀ ଅଧିକ ଦରମା ଦେବା ନେଇ ନିଷ୍ପତ୍ତି ନେଇଥିଲା । ଏତଦ୍‌ବତୀତ  କମ୍ପାନୀର ମାର୍କେଟିଂ ଡାଇରେକ୍ଟର ଅବିନାଶ ଖୋସଲାଙ୍କୁ ପ୍ରମୋଟ କରି ଚିଫ୍‌ ମାର୍କେଟିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଯାହା ଗତ ୨ ବର୍ଷ ଧରି ଖାଲି ଥିଲା ।

            ତେବେ ଯେଉଁ କର୍ମଚାରୀ ମାନେ ଅଧିକ ଦରମା ପାଇବେ ସେମାନଙ୍କୁ ୩୧ ମାର୍ଚ୍ଚ ୨୦୨୧ ଯାଏଁ କମ୍ପାନୀ ସହ ଯୋଡ଼ି ହୋଇରହିବାକୁ ପଡ଼ିବ । ଯଦି କେହିଁ କର୍ମଚାରୀ ଏଭଳି ନ କରନ୍ତି, ତେତେ ଫାଇନାଲ ସେଟେଲମେଣ୍ଟ ବେଳକୁ ତାଙ୍କ ଆକାଉଣ୍ଟରୁ ଏବାବଦକୁ ଟଙ୍କା କଟାଯିବ ବୋଲି ଭୋଡାଫୋନ୍-ଆଇଡିଆ ପକ୍ଷରୁ କୁହାଯାଇଛି ।

ଜୁନ୍‌ ସୁଦ୍ଧା ଭାରତରେ ଆରମ୍ଭ ହେବ ୫-ଜି

ଭୋଡାଫୋନ ଓ ଆଇଡିଆ କିଛି ଗମ୍ଭୀର ସମସ୍ୟା ଦେଇ ଗତି କରୁଛନ୍ତି । କମ୍ପାନୀ ଉପରେ ଏଜିଆରର ବକେୟା ବହୁତ ଅଧିକା ରହିଛି । ଏହା ବ୍ୟତୀତ ନେଟଓ୍ୱର୍କ ଦୁର୍ବଳ ହେବାରେ ଲାଗିଛି । ଯେଉଁଥିଲାଗି ଗ୍ରାହକଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । କମ୍ପାନୀ ଲଗାତାର ଅର୍ଥ ଯୋଗାଡ଼ କରିବାରେ ଲାଗିଛି । କିନ୍ତୁ ଏଯାଏଁ ଏ ଦିଗରେ କୌଣସି ବଡ଼ ସଫଳତା ମିଳିପାରିନାହିଁ । ଏଭଳି ପରିସ୍ଥିତିରେ କମ୍ପାନୀର ବହୁ ବଡ଼ ଅଧିକାରୀ କମ୍ପାନୀର ହାତ ଛାଡ଼ିଛନ୍ତି  ।

Leave a Reply