spot_img

Latest Posts

ଘରୁ ତଡ଼ିଦେଇଥିଲେ ପୁଅବୋହୂ; ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ବୃଦ୍ଧଙ୍କୁ ମିଳିଲା ସହାୟତା

ଯାଜପୁର: ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଅସହାୟ ବୃଦ୍ଧଙ୍କୁ ମିଳିଲା ସହାୟତା । ବୃଦ୍ଧଙ୍କ ନିକଟରେ ପହଞ୍ଚିଲେ ବିଭିନ୍ନ ସାମାଜିକ ସଂଗଠନ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ବଣିଆଗଡିଆ ଗାଁର ୭୫ ବର୍ଷୀୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳଙ୍କୁ ତାଙ୍କ ପୁଅବୋହୂ ଘରୁ ତଡ଼ିଦେଇଥିଲେ। ଏକ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଥିଲେ ପୂର୍ଣ୍ଣଚନ୍ଦ୍ର। ୫ ମାସରୁ ଉର୍ଦ୍ଧ୍ବ ହେବ ସେ ସ୍କୁଲ ବାରଣ୍ଡାରେ ରହିବା ସହ ଖାଦ୍ୟ ପାଇଁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଥିଲେ।

ଏଭଳି ଏକ ସ୍ପର୍ଶକାତର ଘଟଣା ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆଜି ଭୁବନେଶ୍ୱରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରଦରହୁଡ୍ ଗ୍ଲୋବାଲ ଫାଉଣ୍ଡେସନ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରେ ପହଞ୍ଚିଛି । ସଂଗଠନର ପ୍ରତିଷ୍ଠାତା ସତ୍ୟଜିତ ସେନାପତି ଓ ଅନ୍ୟ ସଦସ୍ୟମାନେ ପହଞ୍ଚି ବୃଦ୍ଧଙ୍କୁ ବିଭିନ୍ନ ଜିନିଷ ସହ ଶୀତବସ୍ତ୍ର ଏବଂ ଶୁଖିଲା ଖାଦ୍ୟ ଦେଇଛନ୍ତି। ବୃଦ୍ଧଙ୍କୁ ଯଥାଶୀଘ୍ର ଥଇଥାନ କରିବା ପାଇଁ ଯୋଜନା କରାଯାଉଥିବା ସଂଗଠନର ମୁଖ୍ୟ କହିଛନ୍ତି। ସେହିପରି ପାଣିକୋଇଲି ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନେ ମଧ୍ୟ ବୃଦ୍ଧଙ୍କ ନିକଟରେ ପହଞ୍ଚିଥିଲେ। ବୃଦ୍ଧଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ପୂଅବୋହୂଙ୍କ ସହ ପୂର୍ଣ୍ଣଚନ୍ଦ୍ରଙ୍କୁ ଘରକୁ ନେଇଯିବାକୁ ପରାମର୍ଶ ଦେଇଛନ୍ତି।

Latest Posts

Don't Miss