ବିହାର ନିର୍ବାଚନ: ବିଳମ୍ୱିତ ରାତ୍ରି ଯାଏଁ ହେବ ଭୋଟ୍ ଗଣତି

ପାଟଣା: ବିହାରରେ ଘଡ଼ି କେ ଘୋଡ଼ା ଛୁଟୁଛି । ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ୩ କୋଟି ଭୋଟ୍ ଗଣା ସରିଥିବା ବେଳେ ମହାଗଠବନ୍ଧନ ଓ ଏନିଡଏର ଘମାଘୋଟ ଲଢେଇ ଜାରି ରହିଛି । ସାଂପ୍ରତିକ ସ୍ଥିତିରେ ଏନଡିଏ ୧୨୪ଟି ଆସନରେ ଆଗରେ ଥିବା ବେଳେ ମହାଗଠବନ୍ଧନ ୧୧୧ ଆସନରେ ଆଗରେ ରହିଛି । ତେବେ ଭୋଟ ଗଣତି ଏଇ କିଛି ସମୟ ହେବ ୫୦ ପ୍ରତିଶତ ଡେଇଁଛି । ଅର୍ଥାତ୍ ଭୋଟଗଣତି ଶେଷ ବେଳକୁ ବିଳମ୍ୱିତ ରାତ୍ରି ହେବ । ଏନେଇ ନିର୍ବାଚନ କମିଶନ ମଧ୍ୟ ସୂଚନା ଦେଇଛନ୍ତି ।

ବିହାର ଭୋଟଗଣତି ବିଳମ୍ୱିତ ରାତ୍ରିରେ ଶେଷ ହେବ ବୋଲି  ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କୋଭିଡ୍ ଯୋଗୁଁ ଭୋଟ ଗଣତି ପ୍ରକ୍ରିୟାରେ ବିଳମ୍ୱ ହେଉଥିବା କମିଶନ କହିଛି । ବର୍ତ୍ତମାନ ସୁଦ୍ଧା କୌଣସି ପକ୍ଷକୁ ନେଇ ସ୍ପଷ୍ଟ ଜନମତ ଆସିବା ସମ୍ଭବପର ହୋଇ ପାରୁନାହିଁ । ମାତ୍ର ଉଭୟ ଏନଡିଓ ଓ ମହାଗଠବନ୍ଧନ ନିଜ ନିଜ ବିଜୟ ନେଇ ଦୃଢୋକ୍ତି ଦର୍ଶାଉଛନ୍ତି ।

Leave a Reply