ଭୁବନେଶ୍ବର ରାଜରାସ୍ତାରେ ଗୋରୁଗାଈଙ୍କ ବିଚରଣ ନିଷିଦ୍ଧ

ଭୁବନେଶ୍ୱର: ଭୁବନେଶ୍ବର ରାଜରାସ୍ତାରେ ଗୋରୁଗାଈଙ୍କ ବିଚରଣ ନିଷିଦ୍ଧ । ଗୋରୁଙ୍କ ବିଚରଣକୁ ନିଷିଦ୍ଧ କଲା ବିଏମସି । ଏନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ବୁଲା ଗୋରୁଗାଈ ଓ ଷଣ୍ଢଙ୍କ ରାସ୍ତାରେ ବିଚରଣ ଯୋଗୁଁ ସଡକ ଦୁର୍ଘଟଣା ଅଧିକ ଘଟୁଛି । ଏଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ବୁଲୁଥିବା ଗୋରୁଗାଈ ଓ ଷଣ୍ଢଙ୍କୁ ଉଠାଇ ନେଇ ଜାମୁକୋଳି, ଖୋର୍ଦ୍ଧା ଓ ପୁରୀ ଠାରେ ଥିବା ଗୋଶାଳାରେ ରଖାଯିବ ଓ ସେମାନଙ୍କର ଯତ୍ନ ନିଆଯିବ। ଏଥିପାଇଁ ଦୁଇଟି ସଂସ୍ଥାକୁ ନିୟୋଜିତ କରାଯାଇଥିବା କହିଛନ୍ତି ଭୁବନେଶ୍ବର ମେୟର । ସେହିପରି ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇଛି । ଖୁବଶୀଘ୍ର ପୋଷା କୁକୁରଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ ।