ଓ୍ବାସିମ ଆକ୍ରାମ କହିଲେ କରାଚିରେ କାହିଁକି PSL ଦେଖନ୍ତିନି ଦର୍ଶକ ?

1 min read

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପାକିସ୍ତାନୀ ଅଧିନାୟକ ତଥା ଦକ୍ଷ ବୋଲର ଓ୍ବାସିମ ଆକ୍ରାମ କହିଲେ କରାଚିରେ PSL ଦେଖିବାକୁ ଦର୍ଶକ କାହିଁକି ଷ୍ଟାଡିୟମକୁ ଯାଆନ୍ତି ନାହିଁ । ଏକ ଭିଡିଓ ମାଧ୍ୟମରେ ଏଭଳି କହିଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ପ୍ରିମିୟର ଲିଗକୁ ନେଇ ସବୁବେଳେ ପାକିସ୍ତାନୀ ପ୍ରଶଂସକମାନେ ବଡ଼ ଯୁକ୍ତି ବାଢ଼ି ଆସୁଥିବାବେଳେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ନଜରକୁ ଆସୁଛି । ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ପ୍ରଶଂସକମାନେ ଏହାକୁ ବଡ଼ ଲିଗ ବୋଲି କହୁଥିବାବେଳେ ନିକଟରେ ଖେଳାଯାଇଥିବା କରାଚି କିଙ୍ଗ ଏବଂ କ୍ବେଟା ମ୍ୟାଚରେ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ କମ ସଂଖ୍ୟକ ଦର୍ଶକ ଷ୍ଟାଡିୟମକୁ ଆସିଥିବା ଦେଖିବାକୁ ମିଳିଥିଲା । ଗ୍ୟାଲେରୀ ପୁରା ଖାଲି ଖାଲି ଲାଗୁଥିଲା । ତେବେ ଏହାକୁ ନେଇ ଓ୍ବାସିମ ଆକ୍ରାମ କହିଛନ୍ତି କି, କରାଚିରେ ଟ୍ରାଫିକ୍ ସମସ୍ୟା ପାଇଁ ଦର୍ଶକେ ଷ୍ଟାଡିୟମରେ ପହଞ୍ଚି ପାରିନଥାନ୍ତି । ଯେଉଁ କାରଣରୁ ଷ୍ଟାଡିୟମ ଖାଲି ପଡ଼ିଥାଏ । ଏପିରିକି ଆକ୍ରାମ ମଧ୍ୟ ମ୍ୟାଚ ଦେଖିପାରିନଥିବା କହିଛନ୍ତି । ୩ ଘଣ୍ଟା ଟ୍ରାଫିକରେ ଫସିଥିବା କାରଣରୁ କରାଚି ମ୍ୟାଚ ଦେଖି ପାରିନଥିଲେ । ସେପଟେ କରାଚି କିଙ୍ଗର ପ୍ରଦର୍ଶନ ମଧ୍ୟ ଦର୍ଶକଙ୍କ ଉପରେ ପ୍ରଭାବ ପକାଉଛି । ଟ୍ରାଫିକ ସମସ୍ୟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା କହିଛନ୍ତି ଓ୍ବାସିମ ଆକ୍ରାମ ।