ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟରେ ଆରମ୍ଭ ହେଲା ପାଣି ପାଇଁ ଘଣ୍ଟି କାର୍ଯ୍ୟକ୍ରମ

ବ୍ରହ୍ମପୁର: ମଧ୍ୟାହ୍ନ ଭୋଜନ ବିରତି ଭଳି ପାଣି ପିଇବା ପାଇଁ ସ୍କୁଲରେ ବାଜିବ ଘଣ୍ଟି । ସଭିଏଁ ରହିବେ ସୁସ୍ଥ । ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀ ଓ ଯୁବପିଢ଼ି ସୁସ୍ଥ ରହିବା ନିହାତି ଆବଶ୍ୟକ । ଏହି କଥାକୁ ଭଲ ଭାବେ ବୁଝିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଜି ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ବିଦ୍ୟାଳୟରେ ପାଣି ପାଇଁ ଘଣ୍ଟି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଭିଭିଗିରି ବାଳିକା ବିଦ୍ୟାଳୟରେ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହି ଅବସରରେ ଜିଲ୍ଲାପାଳ ବିଦ୍ୟାଳୟକୁ ୨ ଶହ ପାଣି ବୋତଲ ଦାନ କରିଛନ୍ତି ।

ସୁସ୍ଥ ଶରୀର ପାଇଁ ଜଳର ଆବଶ୍ୟକତା ଜରୁରୀ । କିନ୍ତୁ ବିଦ୍ୟାଳୟରେ ଗୁଡ଼ିକରେ ଏହାକୁ ଗୁରୁତ୍ୱ ଦିଆଯାଉ ନାହିଁ । ଅନେକ ସମୟରେ ଛାତ୍ରଛାତ୍ରୀ ମାନେ ପାଣି ପିଇବାରେ ଅବହେଳା କରୁଛନ୍ତି । ଫଳରେ ଅନେକ ସମୟରେ ବିଭିନ୍ନ ରୋଗ ଶରୀରକୁ ଗ୍ରାସ କରୁଛି । ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲା ପ୍ରଚୁର ପରିମାଣରେ ପାଣି ପିଇ ସୁସ୍ଥ ରହିପାରିବେ ।ବିଦ୍ୟାଳୟରେ ପାଠ ପଢ଼ା ଭିତରେ ୩ ଥର ପିଲାମାନେ ପାଣି ପିଇବେ । ଏଥିଲାଗି ସମୟ ମଧ୍ୟ ନିର୍ଘଣ୍ଟ ହୋଇଛି । ପ୍ରଥମେ ସକାଳ ୧୧ଟା ୪୦ରେ ପ୍ରଥମ ୱାରଟ ବେଲ୍ ବାଜିବ । ଦ୍ୱିତୀୟରେ ୧ ଘଣ୍ଟା ୩୦ରେ ସେକେଣ୍ଡ ବେଲ ଶେଷରେ ତୃତୀୟ ବେଲ ଅର୍ଥାତ ଶେଷ ବେଲ ତିନିଥର ବାଜିବ, ଆଉ ପିଲାମାନେ ପାଣି ପିଇବେ । ଏହି ସମୟକୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ମାନିବାକୁ ବାଧ୍ୟ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ମହାନଗର ନଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଓ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply