ପଞ୍ଜାବରେ ବଢ଼ିଲା ଜଳ ବିବାଦ, ସୀମା ଅବରୋଧ କରିବ ଭାରତୀୟ ଜାତୀୟ ଲୋକଦଳ
1 min read
ଚଣ୍ଡିଗଡ଼: ପଞ୍ଜାବରେ ବଢ଼ିଲା ଜଳ ବିବାଦ । ଭାକ୍ରା ଜଳ ବିବାଦ ନିଆଁରେ ଘିଅ ଢାଳିଲା ଭାରତୀୟ ଜାତୀୟ ଲୋକଦଳ ବା ଆଇଏନଏଲଡି । ଆଜି ପଞ୍ଜାବ-ହରିୟାଣା ସୀମାକୁ ଅବରୋଧ କରିବ ଦଳ । ଏପରିକି ପଞ୍ଜାବ ନମ୍ବର ଥିବା ସମସ୍ତ ଗାଡିକୁ ଅଟକାଯିବ ବୋଲି ଦଳ ସୂଚନା ଦେଇଛି । ଜୁନ ୧ ସୁଦ୍ଧା ଯଦି ନିର୍ଦ୍ଧାରିତ ପରିମାଣ ଅନୁସାରେ ହରିୟାଣାକୁ ପଞ୍ଜାବ ପାଣି ନ ଛାଡେ ତେବେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଦଳ ଧମକ ଦେଇଛି । ଭାକ୍ରା ପ୍ରକଳ୍ପରୁ ହରିୟାଣାକୁ ପଞ୍ଜାବ ନିର୍ଦ୍ଧାରିତ ୯ ହଜାର କ୍ୟୁସେକ ପାଣି ଛାଡ଼ିବା ବଦଳରେ ୫ ହଜାର କ୍ୟୁସେକ ପାଣି ଛାଡୁଛି ବୋଲି କହିଥିଲେ ଆଇଏନଏଲଡି ଜାତୀୟ ସଭାପତି ଅଭୟ ସିଂ ଚୌତାଲା । ଫଳରେ ହରିୟାଣାରେ ପାନୀୟ ଜଳ ସଙ୍କଟ ଦେଖାଦେବା ସହ କୃଷି କ୍ଷେତ୍ର ନାନା ସମସ୍ୟାର ସମ୍ମୁଖୀନ ହେଉଛି । ଆଇଏନଏଲଡି ରାଜ୍ୟ ସଭାପତି ରାମପାଲ ମାଜରାଙ୍କ ନେତୃତ୍ବରେ ଏହି ଆନ୍ଦୋଳନ କରାଯିବ । ଏହି ଆନ୍ଦୋଳନରେ ସାମିଲ ହେବା ଲାଗ କଂଗ୍ରେସକୁ ଅନୁରୋଧ କରିଛି ଆଇଏନଏଲଡି । ଏହା ସହ ସତଲେଜ-ଯମୁନା ଲିଙ୍କ କେନାଲ ନିର୍ମାଣ ଲାଗି ଦାବି ଦୋହରାଇଛି ଆଇଏନଏଲଡି ।