ଭୟ ବଢାଉଛି ଜଳକା ନଦୀ, ଲଘୁଚାପ ବର୍ଷା ସୃଷ୍ଟି କରୁଛି ବନ୍ୟାସ୍ଥିତି

ବାଲେଶ୍ୱର: ବିପଦ ସଂକେତ ଉପରେ ଜଳକା ନଦୀ । ଆତଙ୍କିତ ନଈକୂଳିଆ ଗ୍ରାମବାସୀ । ଲଘୁଚପଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳରେ ପ୍ରବାହିତ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ମଥାନିଠାରେ ବିପଦ ସଂକେତ 5 ଦଶମିକ 50 ମିଟର ଥିବାବେଳେ ଦିନ ଦୁଇଟା ସୁଦ୍ଧା 5 ଦଶମିକ 70 ମିଟରରେ ଜଳ ପ୍ରବାହିତ ହେଉଥିଲା ।

ଲଗାଣ ବର୍ଷା  ଫଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ଯଦି ଏହିଭଳି ବର୍ଷା ଲାଗିରୁହେ, ତାହାହେଲେ ବସ୍ତା ବ୍ଳକର ମଥାନି, ବାହାର୍ଦା, ଦୁଧହଂସା, ସଦାନନ୍ଦପୁର, ବରୁଣଗାଡ଼ିଆ, ଚକୁରାଇ, ଦରିଡ଼ା , ଗଡ଼ିପଦା, ରାଉତପଡ଼ା ସମେତ ସଦର ବ୍ଲକର 2ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ସେପଟେ ସ୍ଥାନୀୟ ଲୋକେ ଏପରି ସ୍ଥିତିକୁ ଦେଖି ଭୟଭୀତ ହୋଇ ପଡିଛନ୍ତି  ।

Leave a Reply