ମଥାନିରେ ବିପଦ ସଂକେତ ଟପିଲା ଜଳକା, ବନ୍ୟା ଆଶଙ୍କା

Water Level Of Jalaka Flows Above Danger Mark In Jaleswar

ଜଳେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର । ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୫.୬୦ ମିଟରରେ ଜଳ ପ୍ରବାହିତ ହେଉଛି । ଯଦି ଲଗାଣ ବର୍ଷ ଲାଗି ରହେ ତେବେ ବନ୍ୟା ଆସିବାର ଆଶଙ୍କା ରହିଛି । ଗତ ତିନି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି ।

 Water Level Of Jalaka Flows Above Danger Mark In Jaleswar

ଫଳରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ଉପର ମୁଣ୍ଡ ମୟୂରଭଞ୍ଜ, ମୋରଡା, ଚିତ୍ରଡା, ଶୁଳିଆ ପଦା, ରାସଗୋବିନ୍ଦପୁର ଅଞ୍ଚଳରେ ଲଗାଣ ବର୍ଷା ହେବା ଫଳରେ ମଥାନି ଠାରେ ବିପଦ ସଂକେତ ଟପିଛି ଜଳକା । ବର୍ଷା ଲାଗି ରହିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ପତ୍ରଝଡ଼ା, ରାଉତପଡ଼ା, ବ୍ରାହ୍ମଣଦା, ସଦାନନ୍ଦପୁର, ମଥାନି, ବାହାର୍ଦ୍ଦା ଓ ସଦର ବ୍ଲକର ୨ଟି ପଞ୍ଚାୟତ ଜଳମଗ୍ନ ହେବାର ସମ୍ଭାବନା ରହିଛି ।

Leave a Reply