spot_img

Latest Posts

ବିପଦରେ ଦେବୀ ନଦୀ ନିକଟରେ ଥିବା ଗାଁ, ଲୋକେ ଭୟଭୀତ

ପୁରୀ: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଦେବୀ ନଦୀ । ବିଭିନ୍ନ ଜିଲ୍ଲାରେ ବନ୍ୟା ବିପଦ କଥା ଶୁଣି ଭୟରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଲିକୁଳ ଗାଁର ନଈକୂଳିଆ ଲୋକେ। ନଦୀ ବନ୍ଧ ଦୁର୍ବଳ ହୋଇଥିବା ବେଳେ ଦେବୀ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ଗାଁ ନିକଟରେ ପହଞ୍ଚିଲାଣି। ଦେଵୀ ନଦୀର ତଳ ମୁଣ୍ଡର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ନଦୀ ବନ୍ଧ ଅବସ୍ଥା ସମ୍ପୂର୍ଣ୍ଣ ଜଟିଳ। କେଉଁଠି ନଦୀବନ୍ଧ ଦବି ଯାଇଛି ତ କେଉଁଠି ବର୍ଷାରେ ଧୋଇ ହୋଇଗଲାଣି । ବାଲିକୁଳ ବନ୍ଧ ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଏହାର ମରାମତି କରିବାକୁ ଲୋକେ ଦାବି କରିଛନ୍ତି ।

ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀର ଏକ ପ୍ରମୁଖ ଶାଖା ନଦୀ ହେଉଛି ଦେବୀ ନଦୀ। ଜଗତସିଂହପୁର ଜିଲ୍ଲା ଦେଇ ପୁରୀ ଜିଲ୍ଲାକୁ ବହିଥିବା ଏହି ନଈ ଅସ୍ତରଙ୍ଗ ଠାରେ ବଙ୍ଗୋପସାଗରରେ ମିଶିଛି । ଯଦି ଜଳସ୍ତର ବୃଦ୍ଧି ପାଏ ଓ ବର୍ଷା ପରିମାଣ ବଢ଼େ ତେବେ ବନ୍ଧ ଧୋଇଯିବାର ଆଶଙ୍କା ରହିଛି ।

Latest Posts

Don't Miss