ଏହି ୫ ତଥ୍ୟ କହୁଛି ଯେ, ଭାରତ କରୋନା ବିରୋଧରେ ଯୁଦ୍ଧ ଜିତୁଛି

ନୂଆଦିଲ୍ଲୀ: ଦେଶରେ ମେ ମାସ ଆରମ୍ଭରୁ ହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ଗତିରେ ବଢିବାରେ ଲାଗିଛି । କେବଳ ୪ଦିନରେ କରୋନାର ୧୦ହଜାର ମାମଲା ସାମ୍ନାକୁ ଆସିଛି । ଏଭଳି ପରିସ୍ଥିତିରେ ଭୟଭୀତ ହେବା ପରିବର୍ତ୍ତେ ଏହି ରୋଗକୁ କେମିତି ମୂଳପୋଚ୍ଛ କରିହେବ ସେନେଇ ଧ୍ୟାନ ଦେବା ଆବଶ୍ୟକ । କାରଣ ଏବେ ପ୍ରତ୍ୟେକ ଦିନ ଇଟାଲିଠୁ ବି ଅଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଦେଖାଦେଇଛି । ଏଥିପାଇଁ ସରକାର ଦ୍ୱାରା ଜାରି କରାଯାଇଥିବା ଲକଡାଉନ୍ ନିୟମକୁ ପାଳନ କରିବା ସହ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରଖିବା ନିହାତି ଆବଶ୍ୟକ ହୋଇପଡ଼ିଛି ।

୨୭.୫୨ ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି

​ତେବେ ଅନ୍ୟଦେଶ ତୁଳନାରେ କରୋନାଠାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବୃଦ୍ଧି ପାଉଛି । ଏବେ ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୨୭.୫୨ ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି । ୧୭ ଏପ୍ରିଲରେ ଏହା ୧୩.୦୬ ପ୍ରତିଶତ ଥିଲା ଯାହା ମଙ୍ଗଳବାର ପର୍ଯ୍ୟନ୍ତ କରୋନାଠାରୁ ୧୨,୭୨୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଏବେ ୧୨ ଦିନରେ ଦ୍ୱିଗୁଣ ହେଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଗତ ତିନିଦିନ ହେବ କରୋନା ପଜିଟିଭଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଛି ସତ କିନ୍ତୁ ଏହା ଭାରତରେ ଦ୍ୱିଗୁଣିତ ହେବାକୁ ୧୨ଦିନ ସମୟ ଲାଗୁଛି । ପୂର୍ବରୁ ଏହା ୮.୨ଦିନରେ ଦ୍ୱିଗୁଣିତ ହେଉଥିଲା । ଏବଂ ଲକଡାଉନ ପୂର୍ବରୁ ଏହା ଦ୍ୱିଗୁଣିତ ହେବାକୁ ୩.୪ଦିନ ଲାଗୁଥିଲା । ଯଦି ଏବେ ଲୋକେ ଲକଡାଉନ ଏବଂ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦେବେ ତେବେ ସ୍ଥିତି ଆହୁରି ସୁଧୁରି ପାରିବ ।

ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ବିଶ୍ୱରେ ସବୁଠୁ କମ୍

କରୋନା ଭାଇରସ୍ ଦେଶରେ ଏବେ ପର୍ଯ୍ୟନ୍ତ ୧୫୬୮ଜଣଙ୍କ ଜୀବନ ନେଇଛି । ଏବଂ ା ୧୨୭୨୭ ଲୋକ ସୁସ୍ଥ ହୋଇଛନ୍ତି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଛି  । ଦେଶରେ କରୋନା ମୃତ୍ୟୁ ସଂଖା ସବୁଠୁ କମ୍ ୩.୨ ପ୍ରତିଶତ ରହିଛି ।

୯୩ବର୍ଷ ବୟଷ୍କ, ଏବଂ ୯ମାସର ଶିଶୁକନ୍ୟା କରୋନାକୁ ମାତ ଦେଇସାରିଛନ୍ତି

କରୋନା ଭାଇରସ୍ ସବୁଠୁ ଅଧିକ ବୟଷ୍କ ଲୋକଙ୍କୁ ଏବଂ ଛୋଟ ପିଲାଙ୍କୁ ସଂକ୍ରମିତ କରିଥାଏ । କିନ୍ତୁ ଭାରତରେ କିଛି ବୟଷ୍କ ଏବଂ ଶିଶୁ କରୋନାକୁ ମାତ ଦେଇସାରିଛନ୍ତି । ଅନ୍ୟପଟେ ଆଗ୍ରାରେ ୯ମାସର ଶିଶୁ କନ୍ୟା କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛି । ଏହାସହ ଦିଲ୍ଲୀରେ ୮୨ ବର୍ଷ ବୟଷ୍କ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦୃଢ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସୁଧୁରୁଛୁ ସ୍ଥିତି

କିଛି ଦିନ ହେବ କରୋନା ଇନ୍ଦୋରରେ ତା ଭୟାବହତା ଦେଖାଇଥିଲା । କିନ୍ତୁ ଏବେ ଏହାର ସ୍ଥିତିରେ ସୁଧାର ଆସିଛି । ଯଦିଓ ସେଠାରେ କରୋନା ମାମଲା ବଢୁଛି କିନ୍ତୁ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉନାହିଁ । ଇନ୍ଦୋରରେ ସମୁଦାୟ ୧୬୦୦ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

Leave a Reply