୮ଟା ବାଜିଲେ ଝାଳ ବୋହୁଛି, ୧୦ଟାରେ ପଦାକୁ ଯାଇ ହେଉନି

ଭୁବନେଶ୍ୱର: ସକାଳ ୮ଟା ରୁ ଦେହରୁ ବହୁଛି ଝାଳ  । ଘଣ୍ଟା ୧୦ ଡେଇଁଲେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡୁଛି  । ଦେହ ପୋଡିଯାଉଛି  । ଚପଲ ବି ତରଳିଯିବା ଉପରେ  । କାରଣ ଆକାଶରୁ ଗଳୁଛି ଅଗ୍ନି  । ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବୋଚ୍ଚ ୪୨.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୪୨.୬, ଚାନ୍ଦବାଲିରେ ୪୧.୨, ସମ୍ବଲପୁରରେ ୪୧.୨, କେନ୍ଦୁଝରରେ ୪୦.୬, ହୀରାକୁଦରେ ୪୦.୪ ସେଲସିୟସ ରହିଛି  ।

ସେହିପରି ବାଲେଶ୍ବରରେ ୩୯, ପୁରୀରେ ୩୩, ଗୋପାଳପୁରରେ ୩୩ ଓ ପାରାଦୀପରେ ୩୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ଆସନ୍ତା ୩୬ଘଂଟା ପରେ କମିବ ତାତି । ଓଡ଼ିଶା ଉପକୂଳ ନିକଟରେ ସୃଷ୍ଟିହେବ ଗୁରୁଚାପ ବଳୟ। ଫଳରେ ରାଜ୍ୟକୁ ଜଳୀୟବାସ୍ପ ଆସିବ । ପ୍ରଭାବରେ ରାଜ୍ୟରେ ୨୨ତାରିଖରୁ ବର୍ଷା ହେବ ।