spot_img

Latest Posts

୧୮ରୁ ପୁଣି ରାଜ୍ୟରେ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ରାଜ୍ୟରେ ବର୍ଷାରେ ଲାଗିଲା ବ୍ରେକ୍ । ଆସନ୍ତା ଦୁଇଦିନ କାଁ ଭାଁ କିଛି ଜିଲ୍ଲାକୁ ଛାଡିଦେଲେ ବାକି ଅଧିକାଂଶ ଜିଲ୍ଲାରେ ରହିବ ଶୁଖିଲା ପାଗ। ଉପକୂଳ ଓଡ଼ିଶାରେ ରାଜ କରିବ ଗରମ ଓ ଗୁଳୁଗୁଳି। ଆସନ୍ତାକାଲିଠୁ ୧୭ ତାରିଖ ଯାଏ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ତେବେ ୧୮ ତାରିଖ ଠାରୁ ପୁଣି ରାଜ୍ୟରେ ବଢିବ ବର୍ଷାର ପରିମାଣ। ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏଥିପାଇଁ ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

Latest Posts

Don't Miss