ଫନି ଭଳି ଶକ୍ତିଶାଳୀ ହୋଇନପାରେ କିନ୍ତୁ ବୁଲ୍‌ବୁଲ୍‌ ଭଳି ପ୍ରଭାବ ରହିବାର ଆଶଙ୍କା

ଭୁବନେଶ୍ୱର: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା । ଘୂର୍ଣ୍ଣିବଳୟ ନେଲାଣି ଲଘୁଚାପର ରୂପ । ଆସନ୍ତା ୧୮ ତାରିଖ ବେଳକୁ ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ପ୍ରଭାବ ପଡ଼ିବ । ଏହି ବାତ୍ୟା ଫନି ଭଳି ନହେଲେ ବି ବୁଲ୍‌ବୁଲ୍‌ ଭଳି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ କହିଛି । ଏଥିସହ ୧୨୦ କିଲୋମିଟର ବେଗରେ ପବନ ବହିବ ।

 

ଏପରି ଆକଳନ କରିଛି ପାଣିପାଗ ବିଭାଗ । ଓଡିଶା ଉପକୂଳରେ କେତେ ପ୍ରଭାବ ପଡିବ ତାହା ଖୁବ୍‌ଶିଘ୍ର ସ୍ପଷ୍ଟ ହେବ । ଅନ୍ୟପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ବଙ୍ଗୋପସାଗରେ ସାମୁଦ୍ରିକ ଝଡର ଆଶଙ୍କା ରହିଥିବାର ସୂଚନା ଦେଇଛି । ବର୍ତ୍ତମାନର ଆକଳନ ଅନୁଯାୟୀ ଏହାର ପ୍ରଭାବ ସମୁଦ୍ରରେ ରହିବ ।

ଘଣ୍ଟା ପ୍ରତି ୭୫ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଜିବା ପାଇଁ ବାରଣ କରାଯାଇଛି । ତେବେ ଆଗାମୀ ୫ ଦିନ ଯାଏଁ ଏହାର ପ୍ରଭାବ ଓଡିଶାରେ ବିଶେଷ ଭାବରେ ପଡିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଜଣାଇଛି । କିନ୍ତୁ ଆସନ୍ତା ୧୭ ତାରିଖ ସଂଧ୍ୟାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାଅନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

Leave a Reply