ଏନ୍‌ଡିଏ ମହିଳା କ୍ୟାଡେରଙ୍କୁ ସେନା ମୁଖ୍ୟଙ୍କ ପ୍ରଶଂସା: କହିଲେ, ଆଗାମୀ ଦିନରେ ସେନା ମୁଖ୍ୟ ହେବେ ମହିଳା

ନୂଆଦିଲ୍ଲୀ: ନ୍ୟାସ୍‌ନାଲ୍‌ ଡିଫେନ୍‌ସ୍‌ ଏକାଡେମିରେ ମହିଳା କ୍ୟାଡେଟ୍‌ମାନଙ୍କ ପ୍ରବେଶ ଉତ୍ସବ ଆୟୋଜନ ହୋଇଛି । ଭାରତୀୟ ସେନାମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରଭାଣେ ମହିଳା କ୍ୟାଡେଟଙ୍କ ପ୍ରଶଂସା କରିଛନ୍ତି । କିଛି ବର୍ଷ ପରେ ମୋ ପଦବୀରେ ମହିଳାମାନଙ୍କୁ ଦେଖିବା ବୋଲି ସେ କହିଛନ୍ତି । ୧୪୧ ତମ ଏନଡିଏ ପରେଡକୁ ସମ୍ବୋଧନ କରିଛନ୍ତି ଏମଏମ ନରଭାଣେ । ମହିଳାମାନେ ସଶସ୍ତ୍ର ବାହିନୀରେ ସାମିଲ ହେବାକୁ ଯାଉଥିବାରୁ ଏହା ହେଉଛି ଲିଙ୍ଗଗତ ସମାନତା ପ୍ରତି ପ୍ରଥମ ପଦକ୍ଷେପ । ମହିଳାମାନଙ୍କ ତାଲିମ ସକାଶେ ଭିତ୍ତିଭୂମି ସାମାନ୍ୟ ପରିବର୍ତ୍ତନ ହେବ । କିନ୍ତୁ ତାଲିମ ପୁରୁଷମାନଙ୍କ ଭଳି ରହିବ । ଆଧୁନିକିକରଣ ଏବଂ ପ୍ରତିରକ୍ଷା ତାଲିମରେ ନାରୀମାନଙ୍କୁ ସାମିଲ କରାଯାଉଥିବାରୁ ଆଗାମୀ ଦିନରେ ମୋ ପଦବୀରେ ନାରୀମାନଙ୍କୁ ଦେଖିବାକୁ ପାଇବା ।

ମହିଳା କ୍ୟାଡେଟ୍‌ମାନଙ୍କ ପାଇଁ ଦ୍ବାର ଉନ୍ମୁକ୍ତ କରାଯାଇଥିବାରୁ ସେମାନଙ୍କୁ ସସମ୍ମାନ ଏବଂ ବୃତ୍ତିଗତ ଔପଚାରିକତା ସହ ସ୍ବାଗତ କରିବାକୁ ପରାମର୍ଶ ଦେଇଛନ୍ତି ଏମଏମ ନରଭାଣେ । ଏଇଥିପାଇଁ ଭାରତୀୟ ସଶସ୍ତ୍ରବାହିନୀ ସମଗ୍ର ବିଶ୍ବରେ ପରିଚିତ । ପୁରୁଣା ଦିନର ସ୍ମୃତି ମନେପକାଇ ନରଓ୍ବଣେ କହିଥିଲେ ଯେ ପ୍ରାୟ ୪୨ ବର୍ଷ ତଳେ ଆଜି ଆପଣମାନେ ଯେଉଁ ଡ୍ରିଲ୍‌ ସ୍କ୍ଵାୟାର୍ରେ ଠିଆ ହୋଇଛନ୍ତି ମୁଁ ମଧ୍ୟ ଜଣେ କ୍ୟାଡେଟ୍ ଭାବେ ସେଠାରେ ଠିଆ ହୋଇଥିଲି । ଦିନେ ମୁଁ ମଧ୍ୟ ଏହି ପରେଡ୍‌ର ସମୀକ୍ଷା କରିବି ବୋଲି କଳ୍ପନା କରି ନ ଥିଲି । ବାୟୁ ସେନା, ନୌସେନା ଓ ସ୍ଥଳ ସେନାର ଗୁରୁତ୍ବ ମଧ୍ୟ ବୁଝାଇଥିଲେ ଏମଏମ ନରଓ୍ବାଣେ । କୌଣସି ଗୋଟିଏ ବାହିନୀ ଏକାକୀ ଲଢ଼ି ଆଧୁନିକ ସମୟର ଯୁଦ୍ଧ ଜିତି ପାରିବ ନାହିଁ ବୋଲି ସେ କହିଥିଲେ ।

Leave a Reply