‘ମୋଦିଙ୍କ ମନ୍ତବ୍ୟ ମିଥ୍ୟା ପ୍ରମାଣିତ ହେଲେ, କାନ ଧରି ବସ ଉଠ କରିବି’

1 min read

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ସରି ଆସୁଛି, କିନ୍ତୁ ମାହୋଲ ଗରମ ହେବାରେ ଲାଗିଛି  । ଆରୋପ-ପ୍ରତ୍ୟାରୋପର ରାଜନୀତି ସରଗରମ ହୋଇଛି  । କହିବାକୁ ଗଲେ ପଶ୍ଚିମବଙ୍ଗର ପାରଦ ଶୀର୍ଷରେ ପହଁଚିଛି ।   ନିର୍ବାଚନ କମିଶନଙ୍କ ୨୪ ଘଣ୍ଟିଆ ପ୍ରଚାର ବ୍ୟାନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଗର୍ଜିଛନ୍ତି  । ରାତି ୮ ପରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶୋଦଗାର କରିଛନ୍ତି ମମତା। କହିଛନ୍ତି ମୋଦି ଜଣେ ମିଛୁଆ, ପ୍ରଧାନମନ୍ତ୍ରୀ ମିଛୁଆ ତେଣୁ ମିଛ କେବେ ମଧ୍ୟ ଗ୍ରହଣୀୟ ନୁହେଁ  । କେବଳ ମିଛୁ କହି ପଶ୍ଚିମବଙ୍ଗ ଜନତାଙ୍କୁ ଭୁଆଁ ବୁଲାଉଁଛନ୍ତି  ।

ମମତା କହିଛନ୍ତି, ପ୍ରଧାନମନ୍ତ୍ରୀ କୃଷ୍ଣାନଗରର ଏକ ନିର୍ବାଚନୀ ସଭାରେ ମିଥ୍ୟାର ଶେଷ ସୀମା ପାର କରିଛନ୍ତି ।  ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ପଶ୍ଚିମବଙ୍ଗ ସରକାର ମତୁଆ ସମ୍ପ୍ରଦାୟ ପାଇଁ କିଛି କରିନାହାଁନ୍ତି  । ମତୁଆ ମାନଙ୍କ ବିକାଶ ପାଇଁ ମମତା ସରକାର ବିକାଶମୂଳକ କାର୍ଯ୍ୟ କରିନାହାଁନ୍ତି  । ମୁଁ ସାର୍ବଜନୀକ ଭାବେ ଘୋଷଣା କରୁଛି ମୋଦି ଲଗାଇଥିବା ଆରୋପ ଯଦି ସତ୍ୟ ପ୍ରମାଣିତ ହୁଏ , ତେବେ ମୁଁ ରାଜନୀତିରୁ ସନ୍ୟାଶ ନେବି  । ତେବେ ମୋଦି ଯଦି ମିଥ୍ୟା ପ୍ରମାଣିତ ହୁଏ ତେବେ କାନ ଧରି ବସିଉଠ କରାଇବି ବୋଲି କହିଛନ୍ତି ମମତା ବାନାର୍ଜୀ  ।

ସେପଟେ ଜଣେ ଟିଏମସି ନେତା କହିଛନ୍ତି, ମମତା ବାନାର୍ଜୀଙ୍କ ପ୍ରତି ରାଜ୍ୟବାସୀଙ୍କ ସମର୍ଥନ ରହିଛି । ସମସ୍ତ ସମ୍ପ୍ରଦାୟକୁ ଭୋଟ ମାଗିବାରେ ଦିଦିଙ୍କ ଭୁଲ କଣ ? ଦିଦିଙ୍କ ପ୍ରତି ହିନ୍ଦୁ, ମୁସଲିମ, ଶେଖ, ଖ୍ରୀଷ୍ଟିଆନ ଭୋଟରଙ୍କ ସମର୍ଥନ ରହିଛି  । ବିଜେପି ଜାଣିଛି ସେ ଏଠାରେ ସରକାର ଗଢିବାରେ ସମର୍ଥ ହେଉନାହିଁ  । ତେଣୁ ଭୋକ ବିକଳରେ ତାଟିଆ କାମୁଡିବା ସଦୃଶ୍ୟ ଏଠାରେ ସମସ୍ତ ସରକାରୀ କଳକୁ ନିୟୋଜିତ କରିଥିବା ଅଭିଯୋଗ ଆଣିଛନ୍ତି ଟିଏମସି ନେତା  ।

Leave a Reply