West Bengal Assembly Election: ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ, ନିର୍ଣ୍ଣାୟକ ଭୂମିକା ନେଉଛନ୍ତି ମହିଳା ଭୋଟର

କୋଲକତା: ଆଜି ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ। ଚତୁର୍ଥ ପର୍ଯ୍ୟାୟରେ ମୋଟ ୪୪ଟି ଆସନ ପାଇଁ ହେଉଛି ଭୋଟିଂ। ମଇଦାନରେ ଅଛନ୍ତି ୩୭୩ ଜଣ ପ୍ରାର୍ଥୀ । ପ୍ରାୟ ୧ କୋଟି ୧୫ ଲକ୍ଷ ୮୧ ହଜାର ଭୋଟର ଏମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ।  ଏହି ପର୍ଯ୍ୟାୟରେ ବିଜେପିର ହେଭିୱେଟ ବାବୁଲ ସୁପ୍ରିୟୋ ଓ ଲକେଟ୍ ଚାଟାର୍ଜୀଙ୍କର ହେଉଛି ଭାଗ୍ୟ ପରୀକ୍ଷା ।

ମତଦାନ ପାଇଁ ୧୫ ହଜାର ୯୪୦ଟି ପୋଲିଂ ବୁଥ୍ ହୋଇଥିବା ବେଳେ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ୭୮୯ଟି କମ୍ପାନୀ ସେଣ୍ଟାଲ ଆର୍ମଡ ଫୋର୍ସ ଯବାନ। ହାୱଡ଼ା ଜିଲାର ୯ ସିଟ୍, ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ୧୧ ସିଟ୍, ହୁଗୁଳିର ୧୦ ସିଟ୍, ଅଲିପୁରଦ୍ୱାର ଜିଲ୍ଲାର ୫ ସିଟରେ ଭୋଟ ଗ୍ରହଣ ହେଉଛି ।

ସେପଟେ ଚବିଶପ୍ରଗଣା ଜିଲାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ସଂଖ୍ୟା ଅଧିକ । ଫଳରେ ଏଠାରେ ନିର୍ଣ୍ଣାୟକ ଭୂମିକା ନେଉଛନ୍ତି ମହିଳା ଭୋଟର।  ପଶ୍ଚିମବଙ୍ଗରେ ମୋଟ୍ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ, ଆଜି ୪ର୍ଥ ପର୍ଯ୍ୟାୟ ପାଇଁ  ନିର୍ବାଚନ ହେଉଛି। ମେ ୨ ତାରିଖରେ ନିର୍ବାଚନୀ ଫଳାଫଳ ଆସିବ।

Leave a Reply