West Bengal Bypoll Results Live:୧୧ ରାଉଣ୍ଡ ଗଣତି ସୁଦ୍ଧା ୩୪ ହଜାରରୁ ଅଧିକ ଭୋଟରେ ଆଗୁଆ ମମତା ବାନାର୍ଜୀ

1 min read

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ହାଇପ୍ରୋଫାଇଲ ଭବାନୀପୁର ଉପ ନିର୍ବାଚନ। ମତଦାନ ପରେ ଆଜି ଚାଲିଛି ଭୋଟ ଗଣନା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ଆଗୁଆ ରହିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରିୟଙ୍କା ତିବ୍ରେୱାଲଙ୍କଠାରୁ ଆଗରେ ରହିଛନ୍ତି। ଏକାଦଶ ରାଉଣ୍ଡ ଗଣତି ସୁଦ୍ଧା ମମତା ୩୪ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ରହିଛନ୍ତି । ୪୫ ହଜାର ୮୯୪ ଭୋଟ୍ ପାଇଛନ୍ତି ମମତା ବାନାର୍ଜୀ । ସେପଟେ ବିଜେପିର ପ୍ରିୟଙ୍କାଙ୍କୁ ୧୧ ହଜାର ୮୯୪ ଭୋଟ୍‌ ମିଳିଛି। ସିପିଏମ ପ୍ରାର୍ଥୀ ଶ୍ରୀଜୀବ ବିଶ୍ବାସଙ୍କୁ ୧୫୧୫ ଭୋଟ ମିଳିଛି।

ଜାଙ୍ଗିପୁର ଆସନରେ ଟିଏମସି ପ୍ରାର୍ଥୀ ଜାକିର ହୁସେନ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ଅଛନ୍ତି। ସେହିପରି ସମସେରଗଞ୍ଜ ବିଧାନସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀଙ୍କଠାରୁ ଟିଏମସି ପ୍ରାର୍ଥୀ ଆଗରେ ରହିଛନ୍ତି। ତେବେ ଟିଏମ୍‌ସିର ବିଜୟ ଦିଜରେ ଏଭଳି ଗତିକୁ ନେଇ ମମତା ବାନାର୍ଜୀଙ୍କ ଘର ସାମ୍ନାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଟିଏମ୍‌ସିର ସମର୍ଥକ ବାଣ ଏବଂ ବାଜା ବଜାଇ ଖୁସିରେ ନାଚୁଛନ୍ତି।

ପ୍ରବଳ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରବିବାର ସକାଳ ୮ ଟାରୁ କୋଲକାତାରେ ପଶ୍ଚିମବଙ୍ଗ ବାଇପୋଲ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୩୦ ରେ ଭବାନୀପୁର, ଜାଙ୍ଗିପୁର ଏବଂ ସମସରଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଥିଲା। ଅଧିକାରୀ କହିଛନ୍ତି ଯେ ଗଣନା କରୁଥିବା କର୍ମଚାରୀଙ୍କୁ କେବଳ କଲମ ଏବଂ କାଗଜ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। କେବଳ ରିଟର୍ନିଂ ଅଫିସର ଏବଂ ସୁପରଭାଇଜର ଫୋନ୍ ବ୍ୟବହାର କରିପାରିବେ। ଭବନପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କୋଲକାତାର ସଖାୱତ ମେମୋରିଆଲ ସ୍କୁଲରେ ୨୧ ରାଉଣ୍ଡ, ସମସରଗଞ୍ଜ ପାଇଁ ୨୬ ଏବଂ ଜାଙ୍ଗିପୁର ନିର୍ବାଚନମଣ୍ଡଳୀ ପାଇଁ ୨୪ ଟି ରାଉଣ୍ଡରେ ଭୋଟ୍ ଗଣନା ଚାଲିଛି।

ଭବାନିପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ଅନୁଷ୍ଠିତ ଉପ-ନିର୍ବାଚନରେ ​​୫୭ ପ୍ରତିଶତରୁ ଅଧିକ ଭୋଟ୍ ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୁର୍ସିଦାବାଦରେ ସମରଗଞ୍ଜ ଏବଂ ଜାଙ୍ଗିପୁର ଆସନ ଯଥାକ୍ରମେ ୭୯.୯୨ପ୍ରତିଶତ ଏବଂ ୭୭.୬୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା ।

Leave a Reply