ପଶ୍ଚିମବଙ୍ଗ ଆସିଲେ ମନ୍ତ୍ରୀଙ୍କୁ ଦେଖାଇବାକୁ ପଡ଼ିବ କରୋନା ନେଗେଟିଭ୍ ରିପୋର୍ଟ: ମମତା

1 min read
West Bengal CM Mamata Banerjee On Ministers RTPCR Negative Report

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଆସିବା ପରେ ବ୍ୟାପିଥିବା ହିଂସାକୁ ନେଇ ଟିଏମସି ବିଜେପିକୁ ଟାର୍ଗେଟ୍ କରୁଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କେନ୍ଦ୍ରୀୟ ମନ୍ତ୍ରୀ ପଶ୍ଚିମବଙ୍ଗ ଆସି ହିଂସା ସୃଷ୍ଟି କରୁଛନ୍ତି । ଏତିକି ନୁହେଁ ସେମାନେ ପଶ୍ଚିମବଙ୍ଗ ଆସି କରୋନା ସଂକ୍ରମଣକୁ ବିସ୍ତାର ଦେଉଥିବା କହିଛନ୍ତି ମମତା ।

ହିଂସା ପରେ ପଶ୍ଚିମବଙ୍ଗରେ ପହଞ୍ଚିଥିବା କେନ୍ଦ୍ରୀୟ ଟିମକୁ ନେଇ ମମତା କହିଛନ୍ତି, କରୋନାର ବଢ଼ୁଥିବା ଟିମ୍ ଏଠାକୁ ଆସି ଚା’ ପିଇକରି ଯାଉଛନ୍ତି । ଯଦି ମନ୍ତ୍ରୀ ସ୍ୱତନ୍ତ୍ର ବିମାନରେ ବି ଆସୁଛନ୍ତି । ତେବେ ତାଙ୍କୁ ମଧ୍ୟ ଆରଟି-ପିସିଆର୍ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବାକୁ ପଡ଼ିବ । ନିୟମ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର । ବିଜେପି ନେତା ଲଗାତାର ଆସୁଥିବାରୁ ରାଜ୍ୟରେ କରୋନା ମାମଲା ବଢ଼ୁଥିବା କହିଛନ୍ତି ମମତା ।

West Bengal CM Mamata Banerjee On Ministers RTPCR Negative Report

ଏଥିସହ ମମତା ମାଗଣା ଟିକା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ମୁଁ ଲେଖିଥିବା ଚିଠିର ଏଯାଏଁ କୌଣସି ଉତ୍ତର ମିଳିନାହିଁ । ସେ ଟିକା ପାଇଁ ୩୦ ହଜାର କୋଟି ଟଙ୍କା କାହିଁକି ବାଣ୍ଟୁନାହାଁନ୍ତି । ଯେତେବେଳେ କି ନୂଆ ସଂସଦ ଓ ମୂର୍ତ୍ତି ଲାଗି ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

ପିଏମ୍ କେୟାର୍ସ ଫଣ୍ଡ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ମମତା । ଯୁବଗୋଷ୍ଠୀ ଜୀବନ ବିପଦରେ ପଡ଼ୁଛି । ଦଳର ନେତା ବିଭିନ୍ନ ସ୍ଥାନକୁ ଯିବା ପରିବର୍ତ୍ତେ କରୋନା ହସ୍ପିଟାଲ ଯିବା ଦରକାର । ଦଳର ନେତା ପଶ୍ଚିମବଙ୍ଗ ଆସି କୋଭିଡ୍ ସଂକ୍ରମିତ କରୁଥିବା କହିଛନ୍ତି ମମତା ।

Leave a Reply