spot_img

Latest Posts

ହାଇକୋର୍ଟଙ୍କ ଭର୍ତ୍ସନା ପରେ ଆକ୍ସନ ମୋଡରେ EC, ପଶ୍ଚିମବଙ୍ଗ ଭୋଟ୍ ପ୍ରଚାରକୁ ନେଇ ୧୬ ଏପ୍ରିଲରେ ସର୍ବଦଳୀୟ ବୈଠକ

କୋଲକତା: ପଶ୍ଚିମବଙ୍ଗର ୮ ପର୍ଯ୍ୟାୟ ଭୋଟରୁ ୪ ପର୍ଯ୍ୟାୟ ମତଦାନ ସରିଯାଇଛି । ତେବେ ଅଧା ନିର୍ବାଚନ ସରିବା ପରେ ନିର୍ବାଚନ ଆୟୋଗ କରୋନାକୁ ନେଇ ହଠାତ ସତର୍କ ହୋଇଛନ୍ତି । କୋଲକତା ହାଇକୋର୍ଟଙ୍କ ଭର୍ତ୍ସନା ପରେ ଆୟୋଗ ଏପ୍ରିଲ ୧୬ ତାରିଖ ଦିନ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଏହି ବୈଠକରେ ସବୁ ରାଜନୈତିକ ଦଳ ପ୍ରଚାର ଓ ରାଲିରେ କୋଭିଡ୍ ଗାଇଡ୍ ଲାଇନକୁ ପାଳନ କରୁଛନ୍ତି କି ନାହିଁ ତାହା ଉପରେ ଆଲୋଚନା ହେବ ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ କୋଲକତା ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ତାଗିଦ କରିଥିଲେ । ପ୍ରଚାର କାଳରେ ରାଜନୈତିକ ଦଳ ଯେପରି କୋଭିଡ୍ ଗାଇଡ୍ ଲାଇନକୁ ପାଳନ କରିବେ ତାକୁ ସୁନିଶ୍ଚିତ କରିବାକୁ ଅଦାଲତ ଆୟୋଗଙ୍କୁ କହିଥିଲେ ।

ହାଇକୋର୍ଟ ନିଜ ଆଭିମୁଖ୍ୟକୁ କଠୋର କରି ସବୁ ଜିଲାର ଡିଏମଙ୍କୁ ରାଜନୈତିକ ରାଲି ଉପରେ ନଜର ରଖିବାକୁ କହିଥିଲେ। ଏପରିକି ଆବଶ୍ୟକ ହେଲେ ସାମାଜିକ ଦୂରତା ପାଳନ ପାଇଁ ୧୪୪ ଧାରା ଲାଗୁ କରିବାକୁ ମଧ୍ୟ କହିଥିଲେ। ସୂଚନାଯୋଗ୍ୟ ଯେ,ପ୍ରଚାର ଓ ରାଲି ସମୟରେ କୋଭିଡ୍ ଗାଇଡ ଲାଇନକୁ ପାଳନ କରାଯାଉ ନଥିବା ଦେଖିବାକୁ ମିଳୁଛି । ଅନ୍ୟ ରାଜ୍ୟଙ୍କ ଭଳି ପଶ୍ଚିମବଙ୍ଗରେ ମଧ୍ୟ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ କହିଥିଲେ ଯେ, କରୋନା ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନେବା ଦାୟିତ୍ୱ ଜିଲ୍ଲାଧିକାରୀ ଓ ନିର୍ବାଚନ ଅଧିକାରୀଙ୍କର । ତେଣୁ ସେମାନଙ୍କୁ ସମସ୍ତ ପଦକ୍ଷେପ ନେବାକୁ ପଡିବ।

ଆବଶ୍ୟକ ହେଲେ ଧାରା ୧୪୪ ଲାଗୁ କର
ଅଦାଲତ କହିଥିଲେ ଯେ, କରୋନାର ଭୟାବହତାକୁ ଦୃଷ୍ଟିରେ ଯଦି ଆବଶ୍ୟକ ହୁଏ ତେବେ ୧୪୪ ଧାରା ଲାଗୁ କର। ଏହି ସମୟରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ହେଉ। ସବୁ ସ୍ଥାନରେ ସାନିଟାଇଜର ବ୍ୟବସ୍ଥା ହେଉ । ସାମାଜିକ ଦୂରତା ବ୍ୟବସ୍ଥା ଯେକୌଣସି ପରିସ୍ଥିତିରେ ମଧ୍ୟ ଲାଗୁ ହେଉ।

Latest Posts

Don't Miss