ପୁଣି ଥରେ ଦିଦି, ଶହେରୁ ଅଧିକରେ ମୋଦି: ଏକଜିଟ ପୋଲ କହିଲା ଖେଲୋ ହବେ..

1 min read

କୋଲକାତା: ପଶ୍ଚିମବଙ୍ଗରେ ଶେଷ ହୋଇଛି ସମସ୍ତ ପର୍ଯ୍ୟାୟ ନିର୍ବାଚନ । ଦୀର୍ଘ  ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ନିର୍ବାଚନର ଅନ୍ତ ଘଟିଛି । ଦିଦି- ମୋଦି ଲଢେଇ ଭିତରେ କିଏ ବାଜି ମାରିବ, କିଏ ମୁକୁଟ ପିନ୍ଧିବ ପୁଣି କିଏ ବନବାସ ଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆଶା ଆଶଙ୍କାକୁ ଦ୍ୱିଗୁଣିତ କରିଦେଇଛି  ବୁଥ ବାହୁଡା ମତ । ଏହାରି ଭିତରେ ଅନେକ ଏକଜିଟ ପୋଲ ସଂସ୍ଥା ନିଜର ନିଜର ଆକଳନ ଜାରି କରିଛନ୍ତି ।

ପଶ୍ଚିମବଙ୍ଗରେ ବଡ ପାର୍ଟି ରହି ଆସିଥିବା ତୃଣମୂଳ କଂଗ୍ରେସକୁ କ୍ଷତି  ମିଳିବା ସତ୍ୱେ ମଧ୍ୟ ଦଳ ସରକାର ଗଠନ କରିପାରେ ବୋଲି ଆକଳନ କରାଯାଇଛି ।  ସେପଟେ ବିଜେପି ପୂର୍ବ ନିରିବାଚନରେ ନିରଙ୍କୁଶ ଫଳ ପାଇଥିବା ବେଳେ ଚଳିତ ନିର୍ବାଚନରେ ବଡ ସଫଳତା ହାସଲ କରିବାକୁ ଯାଉଥିବା ପ୍ରକାଶ କରିଛି ଏକଜିଟ ପୋଲ ସଂସ୍ଥା ।

ରିପବ୍ଲିକ ଭାରତ ଏକଜିଟ ପୋଲର ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗରେ ସମୁଦାୟ ୨୯୪ ଆସନ ମଧ୍ୟରୁ ବିଜେପିକୁ ୧୩୮ରୁ ୧୪୮ ସିଟ ମିଳୁଛି । ସେହିପରି ଟିଏମସିକୁ ୧୨୮ରୁ ୧୩୮ ଆସନ ମିଳିବାକୁ ଯାଉଛି । CPIକୁ ୧୧ରୁ ୨୧ ଆସନ ମିଳିବାକୁ ଯାଉଥିବାବେଳେ ସ୍ବାଧିନ ପ୍ରାର୍ଥୀ ଗୁଡିକୁ କୈଣସି ସିଟ ମିଳୁନଥିବା କହିଛି ରିପ୍ଲବିକ CNX ଏକଜିଟ ପୋଲ । ସେହିପରି ABP ସି ଭୋଟର ରିପୋର୍ଟ ମୁତାବକ ବିଜେପିକୁ ୧୦୯-୧୨୧ ଆସନ, ଟିଏମସିକୁ ୧୫୨-୧୬୪, CPIMକୁ ୧୪-୨୫ ଆସନ ମିଳୁଥିବା ରିପୋର୍ଟ ପ୍ରକାଶ କରିଛି ABP ।

ଟାଇମସ ନାଓ ସି ଭୋଟର ଏକଜିଟ ପୋଲ ଅନୁଯାୟୀ, ଭାରତୀୟ ଜନତା ପାର୍ଟିକୁ ୧୧୫ ସିଟ, ଟିଏମସିକୁ ୧୫୮ ସିଟ, CPIMକୁ ୧୯ ସିଟ ମୁଳୁଛି । ଅନ୍ୟପଟେ P-MARQ ତଥ୍ୟ କହୁଛି ବିଜେପି ସପକ୍ଷରେ ୧୨୦ ସିଟ ଯାଉଥିବାବେଳେ ଟିଏମସିକୁ ମିଳିବାକୁ ଯାଉଛି ୧୫୮ ଆସନ । ସେହିପରି ବାମଦଳ CPIMକୁ ୧୪ ଆସନ ମିଳୁଥିବା କହିଛି ସଂସ୍ଥା । ଜନତା କି ବାତ ଏକଜିଟ ପୋଲ କିନ୍ତୁ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢୁଥିବା ନେଇ ସ୍ପଷ୍ଟ କରିଛି । ୨୯୪ ଆସନରୁ ୧୭୪ ଆସନ ବିଜେପିକୁ ମିଳୁଥିବା କହିଛି ସର୍ଭେ ସଂସ୍ଥା । ସେହିପରି ଟିଏମସିକୁ ୧୧୨ ଆସନ ଏବଂ ବାମଦଳ CPIMକୁ ମାତ୍ର ୬ଟି ଆସନ ମିଳୁଥିବା କହିଛି ଜନ କି ବାତ ।

Leave a Reply