ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ଶୁଣାଣି କରିବେ ସୁପ୍ରିମକୋର୍ଟ

କୋଲକାତା: ସୁପ୍ରିମକୋର୍ଟରେ ପହଁଚିଥିବା ମାମଲାର ଶୁଣାଣି  ଜାରି ରହିଛି  । ପଶ୍ଚିମବଙ୍ଗରେ ଜାରି ରହିଥିବା ହିଂସାକୁ ନେଇ ସୁପ୍ରିମକୋର୍ଟରେ ପହଁଚିଥିଲା ମାମଲା  । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ ଯାଚିକା ଦାଖଲ ହୋଇଥିବାବେଳେ ଆଜି ଶୁଣାଣୀ ହୋଇଛି  । ନିର୍ବାଚନ ପରେ ରାଜ୍ୟରେ ଯେଉଁଭଳି ହିଂସା ଦେଖିବାକୁ ମିଳିଛି ତାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଦାଲତ  । ସେପଟେ ଏହି ମାମଲାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପ୍ରସଙ୍ଗରେ ଶୁଣାଣି କରିବା ନେଇ ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ  । ଯାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଅଡୁଆ ପରିସ୍ଥିତି ସୃଷ୍ଟି କରିବା ନେଇ ଅନୁମାନ କରାଯାଉଛି  ।

ସେପଟେ ଆଜି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ହିଂସାକୁ ନେଇ କେନ୍ଦ୍ର,ରାଜ୍ୟ ଏବଂ ନିର୍ବାଚନ ଆୟୋଗକୁ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟ  । କିଭଳି ପରିସ୍ଥିତିରେ ହିଂସକାଣ୍ଡ ଘଟିଲା ତାହା ଜାଣିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ଦାୟର କରିଥିଲେ ରଞ୍ଜନ ଅଗ୍ନିହୋତ୍ରି ଓ ଅନ୍ୟ ଜଣେ ବ୍ୟକ୍ତି । ମେ ୨ ତାରିଖରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକାଣ୍ଡର ଏସଆଇଟି ତଦନ୍ତ କୋର୍ଟଙ୍କ ତତ୍ତ୍ବାବଧାନରେ କରିବା ପାଇଁ ଆବେଦନରେ ଦର୍ଶାଯାଇଛି ।

ଏଭଳିକି କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ କୋର୍ଟରେ କହିଛନ୍ତି ଆବେଦନକାରୀ । ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକାଣ୍ଡକୁ ନେଇ ରାଜନୀତି ଜାରି ରହିଥିବାବେଳେ ସୁପ୍ରିମକୋର୍ଟ ଏବେ ନୋଟିସ୍ ଜାରି କରିଛନ୍ତି ।

Leave a Reply