spot_img

Latest Posts

କେଉଁ ସବୁ କାରଣରୁ କିଡନୀ ଷ୍ଟୋନ ହୋଇଥାଏ: ଏହି ରୋଗରୁ ମୁକ୍ତି ପାଇବେ କିପରି ?

କିଡନୀ ଷ୍ଟୋନ ଏକ ସାଧାରଣ କିନ୍ତୁ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା । ଏହାକୁ ମେଡିକାଲ ଭାଷାରେ ରୀନଲ କ୍ୟାଲକୁଲୀ ମଧ୍ୟ କୁହାଯାଇଥାଏ । ଯଦି ଏହାକୁ ଶୀଘ୍ର ଠିକ କରାନଯାଏ, ତେବେ ବହୁତ ସମସ୍ୟା ସୃଷ୍ଟି ହୋଇଥାଏ । ମିନେରାଲ୍ସ ଓ ଲୁଣ ପରସ୍ପର ସହ ମିଶି କ୍ରିଷ୍ଟଲ ରୂପ ଧାରଣ କରିବା ଦ୍ବାରା କିଡନୀ ଷ୍ଟୋର ହୋଇଥାଏ । ଏହି କାରଣରୁ ଯନ୍ତ୍ରଣା, ପରିସ୍ରାରେ ରକ୍ତ, ସଂକ୍ରମଣ ଓ ବାନ୍ତି ପରି ଅନେକ ସମସ୍ୟା ହୋଇପାରେ । ଥଣ୍ଡାରେ କିଡନୀ ଷ୍ଟୋନ ମାମଲା ଅତ୍ୟଧିକ ବଢ଼ିଯାଇାଏ । ସେଥିପାଇଁ ଆପଣଙ୍କୁ ଏହା ପଛର କାରଣ ଓ ନିରାକରଣ ବିଷୟରେ ଜାଣିବା ଉଚିତ ।

ସାଧାରଣ ଭାବେ କିଡନୀ ଷ୍ଟୋନର ଆଶଙ୍କା ଗରମ ଦିନେ ଅଧିକ ହୋଇଥାଏ । କାରଣ ଗରମରେ ଅଧିକ ଝାଳ ବୋହିବା ଓ ଡିହାଇଡ୍ରେସନ କାରଣରୁ ପଥର ସମସ୍ୟା ଦେଖାଦେଇଥାଏ । ଲାଇଫଷ୍ଟାଇନ ପରିବର୍ତ୍ତନ ଓ ଫିଜିଓଲୋଜିକାଲ ପରିବର୍ତ୍ତନ କାରଣରୁ ଥଣ୍ଡାଦିନେ କିଡନୀ ଷ୍ଟୋନ ହୋଇଥାଏ । ଥଣ୍ଡାଦିନେ କମ୍ ଶୋଷ ଲାଗିବା କାରଣରୁ ଆମେମାନେ କମ୍ ପାଣି ପିଇଥାଉ । ଏହା ଶରୀରର ଡିହାଇଡ୍ରାସନର ଆବଶ୍ୟକତାକୁ ପୂରଣ କରିପାରିନଥାଏ । ଏହାଦ୍ବାରା ପରିସ୍ରା ମଧ୍ୟ ଗାଢ଼ ହୋଇଥାଏ ଓ କିଡନୀ ଷ୍ଟୋନ ହେବାର ଆଶଙ୍କା ବଢ଼ିଯାଇଥାଏ ।

ଥଣ୍ଡା ପାଣିପାଗରେ ଅଧିକାଂଶ ଲୋକ ଆଳସ୍ୟ କାରଣରୁ ଶାରୀରିକ କାର୍ଯ୍ୟ କରନ୍ତି ନାହିଁ । ଗୋଟିଏ ସ୍ଥାନରେ ଅଧିକ ସମୟ ଧରି ବସି ରହିଥାନ୍ତି । ଏହାଦ୍ବାରା ଶରୀରରେ କ୍ୟାଲସିୟମର ସ୍ତର ପ୍ରଭାବିତ ହେବା ସହ କିଡନୀରେ ଜମା ହୋଇଥାଏ । ଏହି ସିଜିନରେ ଅଧିକାଂଶ ଲୋକଙ୍କର ଖାଦ୍ୟପେୟ ଅତ୍ୟଧିକ ହୋଇଥାଏ । ଏହା ଶରୀର ଓ କିଡନୀ ପାଇଁ ଠିକ୍ ନୁହେଁ । କିଡନୀକୁ ହେଲଦୀ ରଖିବା ପାଇଁ ଦୈନିକ ସୁସ୍ଥ ଓ ସନ୍ତୁଳିତ ଭୋଜନ କରିବା ଉଚିତ । ଅଧିକ ଫ୍ୟାଟି, ତେଳ, ଚିନୀ ଓ କାର୍ବସ ଭରପୂର ଭୋଜନ ଠାରୁ ଦୂରେଇ ରହିବା ଉଚିତ ।

କିଡନୀ ଷ୍ଟୋନରୁ ବର୍ତ୍ତିବେ କିପରି ?

ଗରମ ହେଉ କି ଥଣ୍ଡା ହେଉ, କିଡନୀ ଷ୍ଟୋନରୁ ବର୍ତ୍ତିବା ପାଇଁ ଶରୀରକୁ କେବେ ବି ପାଣିର ଅଭାବ ହେବାକୁ ଦିଅନ୍ତୁ ନାହିଁ । ଦିନ ସାରା ଅଧିକ ପାଣି ପିଇବା ଫଳରେ ପରିସ୍ରା ପତଳା ହୁଏ ଓ ଷ୍ଟୋନ ହେବାର ଆଶଙ୍କା କମି ଯାଇଥାଏ । ସେଥିପାଇଁ ଦିନକୁ ଅତିକମରେ ୨-୩ ଲିଟର ପାଣି ପିଇବାକୁ ଲକ୍ଷ୍ୟ ସ୍ଥିର କରନ୍ତୁ । ଯଦି କାହାର ପୂର୍ବରୁ କିଡନୀ ସମସ୍ୟା ଥିବ, ତେବେ ନଟସ, ବାଦାମ, ପାଲକ, ରେଡ ମିଟ, ଚିକେନ, ଦୁଗ୍ଧଜାତ ସାମଗ୍ରୀ ଅଧିକ ମାତ୍ରାରେ ଖାଇବା ଉଚିତ । ବ୍ୟାୟାମ କେବଳ ଶରୀରକୁ ଫିଟ୍ ରଖେ ନାହିଁ, ଏହା କିଡନୀକୁ ମଧ୍ୟ ହେଲଦୀ ରଖିଥାଏ । ୟୁରିନାରୀ ଫ୍ଲୋ ଠିକରେ ହେବାରେ ବ୍ୟାୟାମ ସହାୟକ ହୋଇଥାଏ ଓ କିଡନୀ ଷ୍ଟୋନ ହେବା ଆଶଙ୍କା କମ୍ ହୋଇଥାଏ । କ୍ୟାଲସିୟମ ଶରୀର ପାଇଁ ବହୁତ ଜରୁରୀ କିନ୍ତୁ ଏହାକୁ ସପ୍ଲିମେଣ୍ଟ ମାଧ୍ୟମରେ ଅଧିକ ନେବା କିଡନୀ ଷ୍ଟୋନର ଆଶଙ୍କା ବଢ଼ାଇଥାଏ । ମୋଟାପା କିଡନୀ ଷ୍ଟୋନର ଏକ ବଡ଼ ରିସ୍କ ଫ୍ୟାକ୍ଟର । ତେଣୁ ଶରୀରର ଓଜନକୁ ସର୍ବଦା ସନ୍ତୁଳିତ ରଖନ୍ତୁ ।

Latest Posts

Don't Miss