spot_img

Latest Posts

WPL 2024 ଫାଇନାଲ୍ : RCBର ବିଜୟ ପରେ ଭିଡିଓ କଲରେ ଏମିତି କହିଲେ କୋହଲି

ବ୍ୟୁରୋ ରିପୋର୍ଟ:  ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଭିଡିଓ କଲ କରି ଖୁସିରେ ଝୁମିଲେ ବିରାଟ କୋହଲି। ଦ୍ବିତୀୟ ସ୍କଂସ୍କରଣର ଫାଇନାଲରେ ସ୍ମୃତି ମନ୍ଦନାଙ୍କ ଅଧିନାୟକତ୍ୱରେ ଆରସିବିର ରୋମାଞ୍ଚକର ବିଜୟ। ଦିଲ୍ଲୀ କ୍ଯାପିଟାଲ୍ସକୁ ହରାଇ ଆରସିବି ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗ୍ ଚାମ୍ପିଅନ ହୋଇଛି।  ଆରସିବି ଚାମ୍ପିୟନ ହେବା ପରେ ବିରାଟ କୋହଲି ଭିଡିଓ କଲ କରି ମହିଳା ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଆରସିବି ମହିଳା ଦଳର ବିଜୟରେ ବିରାଟ କୋହଲି ବହୁତ ଖୁସି ଥିବାର ନଜର ଆସିଥିଲେ ।

ମହିଳା ଦଳର ଅଧିନାୟକ ସ୍ମୃତି ମନ୍ଦନା ଭିଡିଓ କଲରେ ହୋଇଥିବା ବାର୍ତ୍ତାଳାପକୁ ନେଇ କହିଛନ୍ତି ଯେ, ସେ କୋଳାହଳ ଯୋଗୁଁ ବିରାଟ କୋହଲିଙ୍କ କଥା ଶୁଣି ପାରିନାହାନ୍ତି। ସେ ବହୁତ ଖୁସି ନଜର ଆସୁଥିଲେ। ବିରାଟ କୋହଲିଙ୍କ ଭିଡିଓ କଲର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଯେଉଁଥିରେ ସେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି।

କହିରଖୁଛୁ କି, ବିରାଟ କୋହଲି ଗତ ୧୬ ବର୍ଷ ଧରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏକ ଅଂଶ ହୋଇ ଆସୁଛନ୍ତି। ସେ ଆଇପିଏଲରେ ଆରସିବି ପୁରୁଷ ଦଳ ପାଇଁ ୧୬ ଟି ସିଜନ୍ ଖେଳିଛନ୍ତି ଏବଂ ଏଥର ସେ ୧୭ ତମ ସିଜିନ ପାଇଁ ପଡିଆକୁ ଓହ୍ଲାଇବେ। କିନ୍ତୁ ଆରସିବି ପୁରୁଷ ଦଳ କୌଣସି ଟାଇଟଲ ଜିତି ନାହିଁ। ଏପରି ପରିସ୍ଥିତିରେ କୋହଲି ଆରସିବିର ପ୍ରଥମ ଟାଇଟଲ୍ ଜିତିବା ଦେଖି ଖୁସି ହୋଇଥିଲେ।

ସୂଚନା ଅନୁଯାୟା, ମହିଳା ପ୍ରିମିୟର ଲିଗର ଦ୍ବିତୀୟ ସ୍କଂସ୍କରଣର ଫାଇନାଲରେ ଆରସିବିର ରୋମାଞ୍ଚକର ବିଜୟ ହାସଲ କରିଛି। ଦିଲ୍ଲୀ କ୍ଯାପିଟାଲ୍ସକୁ ୮ ୱିକେଟରେ ହରାଇ ପ୍ରଥମ ଥର ପାଇଁ WPL ଚାମ୍ପିଅନ ହୋଇଛି ଆରସିବି । ଏହା ସହିତ ଦିଲ୍ଲୀ କ୍ଯାପାଟାଲ୍ସର ପ୍ରଥମ ଟାଇଟଲ ଆଶା ଧୂଳିସାତ ହୋଇଛି।

Latest Posts

Don't Miss