ନନ୍ଦିଘୋଷ ବ୍ୟୁରୋ: ଧିରେ ଧିରେ ଖୋଲୁଛି ଏପଷ୍ଟିନ ଫାଇଲ୍ସର ଗୁମର । ନିଜ କଳାସାମ୍ରାଜ୍ୟ ବିସ୍ତାର ପାଇଁ ଜେଫରି ଏପଷ୍ଟିନ କିଣିଥିଲା ଡେନମାର୍କରେ ଏକ ଦ୍ବୀପ । ଏପଷ୍ଟିନ ୧୯୯୮ ମସିହାରେ ୭୦ ଏକର ବିଶିଷ୍ଟ ଏହି ଦ୍ୱୀପ କିଣିଥିଲା । ଏଠାରେ ଶିଶୁ ଯୌନ ନିର୍ଯାତନା ସହିତ ଜଡିତ ଅନେକ ପାର୍ଟି ଆୟୋଜନ ହେଉଥିଲା । ଏଠାକୁ ଆମେରିକା ଛଡା ଅନେକ ଦେଶବିଦେଶରୁ ପ୍ରାୟ ୨ ହଜାରରୁ ଅଧିକ ବିମାନ ଆସିଥିଲା । ଜାଲିଙ୍ଗୋ ଡାଟା ରିଫାଇନାରୀର ଏକ ତଦନ୍ତରୁ ଏପଷ୍ଟିନଙ୍କ ଦ୍ୱୀପ ସହିତ ଜଡିତ ଏପରି ଯାତ୍ରାର ପର୍ଦ୍ଦାଫାସ ହୋଇଛି ।
୧୯୯୫ ରୁ ୨୦୦୭ ମଧ୍ୟରେ ୫ ହଜାର ୨୫୩ ଉଡ଼ାଣ ରେକର୍ଡ ମଧ୍ୟରୁ ଏପଷ୍ଟିନ ଦ୍ୱୀପକୁ ୨ ହଜାର ୩୪୩ ଅତିରିକ୍ତ ବିମାନ ଉଡ଼ାଣ ରେକର୍ଡ ହୋଇନାହିଁ । ଏହି ଦ୍ବୀପକୁ ଆଫ୍ରିକା ଏବଂ ଏସିଆର ପ୍ରମୁଖ ରାଜନେତା, ବ୍ୟବସାୟୀ, କଳାକାର, ଏପରିକି ଶିକ୍ଷାବିତ୍ ଏବଂ ବୈଜ୍ଞାନିକ ପହଞ୍ଚିଛନ୍ତି । ଏପଷ୍ଟିନଙ୍କ ଜନ୍ମ ନ୍ୟୁୟର୍କ ସିଟିରେ ହୋଇଥିଲା । ଶିକ୍ଷକତା ପରେ ବ୍ୟାଙ୍କ ଓ ଆର୍ଥିକ କ୍ଷେତ୍ରରେ ଏପଷ୍ଟିନ ପ୍ରବେଶ କରିଥିଲେ । ଏହି ସମୟରେ ସେ ନାବାଳିକା ଚାଲାଣ ରାକେଟରେ ସମ୍ପୃକ୍ତ ହୋଇଥିଲେ । ୨୦୦୫ରେ ପ୍ରଥମ ଥର ଲାଗି ଫ୍ଲୋରିଡା ପୋଲିସ ଏପଷ୍ଟିନଙ୍କ ବିରୋଧରେ ତଦନ୍ତ କରିଥିଲା । ୨୦୦୫ରେ ଏପଷ୍ଟିନ ୩୬ ଜଣ ଝିଅଙ୍କୁ କୁକାର୍ଯ୍ୟରେ ଲିପ୍ତ କରାଇଥିବା ଅଭିଯୋଗ ହୋଇଥିଲା । ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ୨୦୦୮ରେ ସେ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
୨୦୦୮ରେ ୧୩ ମାସ ଲାଗି ଜେଲଦଣ୍ଡ ଭୋଗିଥିଲେ ଏପଷ୍ଟିନ । ୨୦୧୯ରେ ପୁଣି ଥରେ ଗିରଫ ହୋଇଥିଲେ ଏପଷ୍ଟିନ । ୨୦୧୯ ଅଗଷ୍ଟ ୧୦ରେ ସେ ଜେଲରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏପଷ୍ଟିନଙ୍କ ଦେହାନ୍ତ ପରେ ଅନେକ କଳାକାରନାମା ପଦାକୁ ଆସିଥିଲା । ଏପଷ୍ଟିନରଙ୍କ କଳାକାରନାମାକୁ କୁହାଗଲା ଏପଷ୍ଟିନ ଫାଇଲ୍ସ । ଏପଷ୍ଟିନ ଫାଇଲ୍ସରେ ପୂର୍ବତନ ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡ୍ରିଉ କୁମୋ, ରୋଲିଂ ଷ୍ଟୋନ୍ସଙ୍କ ନାଁ ଥିଲା ।

