ମନିଷ ସିସୋଦିଆଙ୍କ ଭାଗ୍ୟ କଣ ହେବ ଜେଲରେ ରହିବେ ନା ଜାମିନ ମିଳିବ ?

ଦିଲ୍ଲୀ : କଣ ହେବ ମନିଷ ସିସୋଦିଆଙ୍କ ଭାଗ୍ୟ । ଜେଲରେ ରହିବେ ନା ଜାମିନ ମିଳିବ । ତଥାକଥିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ଆବେଦନର ଆଜି ରାୟ ଆସିବ । ବିଚାରପତି ସଞ୍ଜିବ ଖାନ୍ନା ଓ ଏସବିଏନ ଭଟ୍ଟି ମାମଲାର ରାୟ ଶୁଣାଇବେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଟଙ୍କା କାରବାର ମାମଲାରେ ଏବେ ଜେଲରେ ଅଛନ୍ତି ମନିସ ସିସୋଦିଆ । ତଳ କୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ ମନିଶ ।

କୋର୍ଟ ମାମଲାର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ । ୧୭ ଅକ୍ଟୋବରରେ ମାମଲାର ଶୁଣାଣି ହୋଇଥିଲା । ଟଙ୍କା ନେଣଦେଣରେ ମନିଷଙ୍କର କୌଣସି ସମ୍ପୃକ୍ତି ଥିବା ତଦନ୍ତକାରୀ ସଂସ୍ଥା ପାଖରେ ପ୍ରମାଣ ନାହିଁ ବୋଲି ମନିଷଙ୍କ ଓକିଲ ଯୁକ୍ତି ରଖିଥିଲେ । ସୁପ୍ରିମକୋର୍ଟ ମଧ୍ୟ ଏହି ତଦନ୍ତକାରୀ ସଂସ୍ଥାଙ୍କୁ ଏନେଇ ପ୍ରଶ୍ନ କରିଥିଲେ ।