spot_img

Latest Posts

ଏଥର କୃଷି ବଜେଟର ପରିମାଣ କେତେ ହେବ ?

ଏଥର କୃଷି ବଜେଟର ପରିମାଣ କେତେ ହେବ ?

ନନ୍ଦିଘୋଷ ବ୍ୟୁରୋ: ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ କେନ୍ଦ୍ର ବଜେଟ  l କେତେ ହେବ ମୋଟ ବଜେଟର ପରିମାଣ l କେଉଁ କ୍ଷେତ୍ରକୁ ବ୍ୟୟ ପରିମାଣ କେତେ ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା l ଗତବର୍ଷର ବଜେଟରେ ମୋଟ ବ୍ୟୟ ପରିମାଣ ରହିଥିଲା ୫୦.୬୫ ଲକ୍ଷ କୋଟି ଟଙ୍କା l କରଜ ବିନା ମୋଟ ଆୟ ପରିମାଣ ଥିଲା ୩୪.୯୬ ଲକ୍ଷ କୋଟି ଟଙ୍କା l କର ବାବଦରୁ ମୋଟ ଆୟ ଲକ୍ଷ୍ୟ ରହିଥିଲା ୨୮.୩୭ ଲକ୍ଷ କୋଟି l ରାଜସ୍ବ ନିଅଣ୍ଟ ପରିମାଣ ଥିଲା ଜିଡିପିର ୪.୪ ପ୍ରତିଶତ l ଚଳିତ ବଜେଟରେ କୃଷି କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦିଆଯିବାର ସମ୍ଭାବନା ରହିଛି l ଗତବର୍ଷ ବଜେଟରେ କୃଷି ଲାଗି ବ୍ୟୟବରାଦ ପରିମାଣ ଥିଲା ୧ ଲକ୍ଷ ୩୭ ହଜାର ୭୫୭ କୋଟି ଟଙ୍କା । ଯାହା ୨୦୨୪ ଠାରୁ ୨.୫ ପ୍ରତିଶତ ଅଧିକ ଥିଲା l ୨୦୨୪ରେ ଏହି ପରିମାଣ ଥିଲା ୧ ଲକ୍ଷ ୨୨ ହଜାର ୫୩୮ କୋଟି ଟଙ୍କା  l ଚଳିତବର୍ଷ ଏହି ପରିମାଣ ୨ ଲକ୍ଷ କୋଟି ଟପିବା ସମ୍ଭାବନା ରହିଛି l

କୃଷି କ୍ଷେତ୍ରରେ ଦକ୍ଷତା ବିକାଶ, ନିବେଶ, ପ୍ରଯୁକ୍ତି, ଗ୍ରାମୀଣ ଅର୍ଥନୀତିକୁ କରାଯାଇପାରେ ଫୋକସ l ଗତଥର ଛଅ ବର୍ଷିଆ ଆତ୍ମନିର୍ଭର ଡାଲି ଜାତୀୟ ଫସଲ ମିଶନ ସମ୍ପର୍କରେ ଘୋଷଣା କରାଯାଇଥିବାବେଳେ ଚଳିତ ବଜେଟରେ ଡାଲି ଜାତୀୟ ଫସଲ ଲାଗି ଯୋଜନା ଘୋଷଣା କରାଯାଇପାରେ l କୃଷକମାନଙ୍କ ଅର୍ଥନୈତିକ ବିକାଶ ଲାଗି ବି ଯୋଜନା ଘୋଷଣା କରାଯାଇପାରେ l ଅଧିକ ଅମଳକ୍ଷମ ଫସଲ ଲାଗି ଗତଥର ଜାତୀୟ ମିଶନ ଗଠନ କରାଯାଇଥିଲା l କପା ଉତ୍ପାଦନ ବୃଦ୍ଧି, କୃଷକଙ୍କ ଲାଗି ଋଣ ସୀମା ୩ରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା l ଖାଦ୍ୟ ପ୍ରକ୍ରିୟାକରଣ, ଖାଦ୍ୟ ଉଦ୍ୟୋଗ, ଜାତୀୟ ପ୍ରସ୍ତୁତି ମିଶନ ଆଦି ଗଠିତ ହୋଇଥିଲା l ଗତ ବଜେଟରେ କୃଷି ଲାଗି ଯେଉଁ ନୂଆ ଯୋଜନା ଘୋଷଣା କରାଯାଇଥିଲା ସେଗୁଡିକ ହେଲା-ପିଏମ ଧନଧାନ୍ୟ କୃଷି ଯୋଜନା, ଡାଲି ଜାତୀୟ ଖାଦ୍ୟ ସଂକ୍ରାନ୍ତ ଆତ୍ମନିର୍ଭର ମିଶନ, ଅଧିକ ଉତ୍ପାଦନକ୍ଷମ ଶସ୍ୟ ଲାଗ ଜାତୀୟ ମିଶନ, ପ୍ରାକୃତିକ ଚାଷ ଲାଗି ଜାତୀୟ ମିଶନ, ତୈଳବୀଜ ଫସଲ ଲାଗି ଜାତୀୟ ମିଶନ ଇତ୍ୟାଦି l

Latest Posts

Don't Miss